ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟ ସରକାରଙ୍କ ମୁକ୍ତା ଯୋଜନାକୁ ମିଳିଲା ଅନ୍ତର୍ଜାତୀୟ ମାନ୍ୟତା; ସଫଳ ରୁପାୟନ ନେଇ WRI ପକ୍ଷରୁ ପୁରସ୍କୃତ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମୁକ୍ତା ଯୋଜନାକୁ ମିଳିଲା ଆନ୍ତର୍ଜାତୀୟ ମାନ୍ୟତା । ବିଶ୍ବ ସମ୍ବଳ ସଂସ୍ଥା ବା WRI ପକ୍ଷରୁ ମୁକ୍ତା ଯୋଜନାର ସଫଳ ରୁପାୟନ ନେଇ ପୁରସ୍କୃତ କରାଯାଇଛି । ନିୟୁର୍କ ସିଟିର ଫୋର୍ଡ ଫାଉଣ୍ଡେସନ ସେଣ୍ଟର ଫର ସୋସିଆଲ ଜଷ୍ଟିସରେ ଆୟୋଜିତ ଏକ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି. ମାଥିଭାତନନ୍ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଏହି ପ୍ରତିଯୋଗୀତାରେ ୬୫ଟି ଦେଶର ୧୫୫ଟି ସହରରୁ ୨୬୦ଟି ଆବେଦନ ଆସିଥିଲା ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସରକାରଙ୍କ ୫ଟି ପଦକ୍ଷେପ ଅନ୍ତର୍ଗତ ଏହି ସହରୀ କର୍ମ ନିଯୁକ୍ତି ଯୋଜନାକୁ କାର୍ଯ୍ୟକାରୀ କରୁଥିବା ଓଡିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ୨୦୨୧-୨୦୨୨ ବିଶ୍ୱ ସମ୍ବଳ ପ୍ରତିଷ୍ଠାନର ଅନ୍ୟତମ ବିଜେତା ଭାବରେ ମନୋନୀତ ହୋଇ (ଡବ୍ୟୁଆରଆଇ), ସହରଗୁଡିକ ପାଇଁ ରସ୍ କେନ୍ଦ୍ର ପୁରସ୍କାର ହାସଲ କରିଛି ।

ଫେବୃଆରୀ ୧ ତାରିଖରେ ନ୍ୟୁୟର୍କ ସହରର ଫୋର୍ଡ ଫାଉଣ୍ଡେସନ ସେଣ୍ଟର ଫର ସୋସିଆଲ ଜଷ୍ଟିସରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେତା ଘୋଷିତ ହୋଇଥିଲା । ନ୍ୟୁୟର୍କରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି ମାଥି ଭାଥନନ୍ ଏହି ଆନ୍ତର୍ଜାତୀୟ ପୁରସ୍କାର ଗ୍ରହଣ କରିଛନ୍ତି । ବିଭାଗର ଯୁଗ୍ମ ସଚିବ ଶ୍ରୀ ସାରଦା ପ୍ରସାଦ ପଣ୍ଡା ପୁରସ୍କାର ଗ୍ରହଣ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏକ ଆନ୍ତର୍ଜାତୀୟ ଜୁରି ଦଳ ଏହି ପୁରସ୍କାର ପ୍ରତିଯୋଗିତାରେ ୬୫ ଟି ଦେଶର ୧୫୫ ଟି ସହରରୁ ଆସିଥିବା ୨୬୦ ଟି ଆବେଦନ ମଧ୍ୟରୁ ମୁକ୍ତା କୁ ବିଜେତା ଭାବରେ ଚୟନ କରିଛନ୍ତି ।

ସହରଗୁଡିକ ପାଇଁ ପୁରସ୍କାର ହେଉଛି ‘ଡବ୍ଲ୍ୟୁଆରଆଇ’ ର ସହରୀ ରୂପାନ୍ତରଣ ପୁରସ୍କାର, ଯାହାକି ବିଶ୍ୱବ୍ୟାପି ଅଧିକ ସ୍ଥାୟୀ ଏବଂ ଅନ୍ତର୍ଭୂକ୍ତ ସହର ସୃଷ୍ଟି କରୁଥିବା ଅଗ୍ରଣୀମାନଙ୍କୁ ସ୍ୱୀକୃତି ପ୍ରଦାନ କରେ । ଅନିଶ୍ଚିତତା, ବ୍ୟାଘାତ ଏବଂ ସଙ୍କଟର ମୁକାବିଲା ପାଇଁ ସହରାଞ୍ଚଳର ଗରିବ, ଅନୌପଚାରିକ ତଥା ପ୍ରବାସୀ ଶ୍ରମିକମାନଙ୍କ ପାଇଁ ବଡ଼ ଧରଣର ନିଯୁକ୍ତି ସୁଯୋଗ ସୃଷ୍ଟି କରି ମୁକ୍ତା ଏହି ପୁରସ୍କାର ହାସଲ କରିଛି । କଠିନ ସମୟରେ ବଞ୍ଚିବା ଏବଂ ତିଷ୍ଠି ରହିବା ପାଇଁ ଏକ ପ୍ରଣାଳୀ ଭାବରେ ମୁକ୍ତାକୁ ସ୍ୱୀକୃତି ମିଳିଛି ।

ବର୍ତ୍ତମାନ ସୁଦ୍ଧା ଓଡିଶାର ୧୧୪ ଟି ସହରରେ ୭ ଲକ୍ଷ ସହରୀ ଗରିବ ଏବଂ ପ୍ରବାସୀ ଶ୍ରମିକ ୨୦୮ କୋଟି ଟଙ୍କା ମୂଲ୍ୟର ୨୨,୫୦୦ ଗୋଷ୍ଠି ସ୍ତରୀୟ ବିକାଶ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ଯେଉଁଥିରେ ପକ୍କା ସଡକ, ଡ୍ରେନ୍, ବର୍ଷା ଜଳ ଅମଳ, କମ୍ୟୁନିଟି ସେଣ୍ଟର, ବୃକ୍ଷରୋପଣ, ଜଳାଶୟ ପୁନରୁଦ୍ଧାର ଏବଂ ସର୍ବସାଧାରଣ ସ୍ଥାନ ଆଦିର ବିକାଶ କାର୍ଯ୍ୟ ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ୫୩୬୮ ମିଶନ୍ ଶକ୍ତି ଗୋଷ୍ଠୀ ଏବଂ ୪୩୮ ବସ୍ତି ବାସିନ୍ଦା ସଙ୍ଗଠନ ମଧ୍ୟ ଓଡିଶା ସରକାରଙ୍କ ଏହି ଉଚ୍ଚାଭିଳାଷୀ ଯୋଜନା ଅଧୀନରେ କାର୍ଯ୍ୟକାରୀ ସହଭାଗୀ ଭାବରେ ନିୟୋଜିତ ହୋଇଛନ୍ତି ।

ଠିକାଦାରମାନଙ୍କୁ ନିୟୋଜିତ କରିବା ପରିବର୍ତ୍ତେ ମିଶନ ଶକ୍ତି ଗ୍ରୁପ୍ ଏବଂ ବସ୍ତି ବାସିନ୍ଦାଙ୍କୁ କାର୍ଯ୍ୟ ଦାୟିତ୍ୱ ଦେବା ପାଇଁ ଓଡ଼ିଶା ରାଜ୍ୟରଙ୍କ ପଦକ୍ଷେପ ସ୍ୱରୂପ ମୁକ୍ତା ଯୋଜନାକୁ ପ୍ରଶଂସା କରାଯାଇଛି । ଏହି ଯୋଜନା ଏକ ସମାନ ଢଙ୍ଗରେ ଗୋଷ୍ଠି ସ୍ତରୀୟ ନାଗରିକ ସୁବିଧା ସୃଷ୍ଟି କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଭାରତ ସରକାର ମଧ୍ୟ ଓଡିଶା ସରକାରଙ୍କ ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତି ଏବଂ ଓଡିଶାର ମୁକ୍ତା ମଡେଲକୁ ଅନ୍ୟ ରାଜ୍ୟମାନଙ୍କରେ କାର୍ଯ୍ୟକାରୀ ଲାଗି ସୁପାରିଶ କରିଛନ୍ତି । ଏଥିରୁ ଶିକ୍ଷାଲାଭ କରି ଝାଡଖଣ୍ଡ, ହିମାଚଳ ପ୍ରଦେଶ, ରାଜସ୍ଥାନ ଏବଂ ତାମିଲନାଡୁ ସହରାଞ୍ଚଳରେ ଥିବା ଗରିବ ଲୋକଙ୍କ ପାଇଁ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ଓଡିଶାର ମୁକ୍ତା ଢାଞ୍ଚାରେ ସେମାନଙ୍କ ସହରରେ ମଜୁରୀ ନିଯୁକ୍ତି ଯୋଜନା ଘୋଷଣା କରିଛନ୍ତି ।

Leave A Reply

Your email address will not be published.