ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଉଦାହରଣ ସୃଷ୍ଟି କରିଛି- ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ୱର: ସଂକଟରେ ଓଡ଼ିଶା ସାଜିଛି ପଥ ପ୍ରଦର୍ଶକ । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଉଦାହରଣ ସୃଷ୍ଟି କରିଛି । ଅକ୍ସିଜେନ ଯୋଗାଣ ନେଇ ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଟୁଇଟ୍ କରି ଏଭଳି ପ୍ରତିକ୍ରିୟା ରଖିଛନ୍ତି । ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ପଠାଇ ସଂକଟ ଦୂର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ ତୁରନ୍ତ ପଦକ୍ଷେପ ଅନେକ ଜୀବନ ବଞ୍ଚାଇପାରିଛି ବୋଲି କହିଛନ୍ତି ପ୍ରଣବ । ସଂକଟ ବେଳେ ଓଡ଼ିଶା ଆଗକୁ ରାସ୍ତା ଦେଖାଇଛି ବୋଲି ପ୍ରଣବ କହିଛନ୍ତି ।


ଅନ୍ୟପଟେ ମେ’ ପହିଲାରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ଲାଗି ଟିକାକରଣ ଆରମ୍ଭ ହେବ । ଇତି ମଧ୍ୟରେ ଦେଶରେ ଟିକା ଯୋଗାଉଥିବା ୨ କମ୍ପାନୀ ଭ୍ୟାକ୍ସିନର ଦର ଘୋଷଣା କରିଛନ୍ତି । କେନ୍ଦ୍ର ସରକାର ଟିକାକରଣ ନେଇ ନୂଆ ଗାଇଡଲାଇନ୍ ଆଣିବା ପରେ ରାଜ୍ୟ ସରକାର ନୂଆ ରଣନୀତି ପ୍ରସ୍ତୁତି କରିବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ । ଆସନ୍ତାକାଲି ଟିକା ଦରକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିପାରନ୍ତି ବୋଲି ସେ ସୂଚନା ଦେଇଛନ୍ତି । ସରକାରୀ, ବେସରକାରୀ ଡାକ୍ତରଖାନାରେ ଟିକା ଦର ନେଇ କାଲି ନିଷ୍ପତ୍ତି ନିଆଯିବ ।

୧୮ ବର୍ଷରୁ ଅଧିକ ବୟସ୍କ କେବଳ ଅନଲାଇନରେ ପଞ୍ଜିକରଣ କରିଲେ ଟିକା ନେଇ ପାରିବେ । ସେମାନଙ୍କ ପାଇଁ ଅଫଲାଇନ୍ ବ୍ୟବସ୍ଥା ହୋଇନି । ଟିକା ମାଗଣା ଦିଆଯିବ କି ନାହିଁ, ତାହା ରାଜ୍ୟ ସରକାର ଖୁବଶୀଘ୍ର ନିଷ୍ପତ୍ତି ନେବେ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ସେରମ ଇନଷ୍ଟିଚ୍ୟୁଟ୍ କୋଭିସିଲ୍ଡର ଦର ଘୋଷଣା କରିଥିବା ବେଳେ କୋଭାକ୍ସିନର ଦର ଘୋଷଣା କରିଛି ଭାରତ ବାୟୋଟେକ୍ । କୋଭିସିଲ୍ଡ ଓ କୋଭାକ୍ସିନ୍ ଉତ୍ପାଦନର ୫୦ ପ୍ରତିଶତ ଭ୍ୟାକ୍ସିନ୍ କେନ୍ଦ୍ର ସରକାର ଡୋଜ୍ ପିଛା ୧୫୦ ଟଙ୍କାରି କିଣିବେ । ସେହିଭଳି ରାଜ୍ୟ କୋଭିସିଲ୍ଡ ଡୋଜ୍ ପିଛା ୪୦୦ ଓ କୋଭାକ୍ସିନ୍ ଡୋଜ୍ ପିଛା ୬୦୦ ଟଙ୍କାରେ କିଣିବ । ଘରୋଇ ହସ୍ପିଟାଲ୍ କୋଭିସିଲ୍ଡ ଡୋଜ୍ ପିଛା ୬୦୦ ଓ କୋଭାକ୍ସିନ୍ ଡୋଜ୍ ପିଛା ୭୦୦ ଟଙ୍କାରେ କିଣିବାକୁ ପଡ଼ିବ ।

Leave A Reply

Your email address will not be published.