ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରଥମ ରାଜ୍ୟ ଭାବେ ନବ ଦମ୍ପତିଙ୍କୁ ବିବାହ ଉପହାର ଦେବେ ଓଡ଼ିଶା ସରକାର, ବିବାହ ଦିନ ହିଁ ଆଶା କର୍ମୀ ଦେବେ ‘ନବ ଦମ୍ପତି ଗିଫ୍ଟ’

ଭୁବନେଶ୍ବର : ରାଜ୍ୟରେ ବିବାହ କରୁଥିବା ନବ ଦମ୍ପତିଙ୍କୁ ମିଳିବ ସରକାରୀ ଉପହାର। ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସରକାର ଏହି ବ୍ୟବସ୍ଥା କରୁଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଏନଆରଏଚଏମ୍ ତରଫରୁ ଦିଆଯିବ ‘ନବଦମ୍ପତି ଗିଫ୍ଟ’। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ଓ ଏନଆରଏଚଏମ୍ ନିର୍ଦେଶିକା ଶାଲୀନି ପଣ୍ଡିତ ସୂଚନା ଦେଇଛନ୍ତି।

ନୂଆ ବିବାହ କରିଥିବା ଦମ୍ପତିଙ୍କୁ ତାଙ୍କ ଅଞ୍ଚଳରେ ଥିବା ଆଶା କର୍ମୀ ଏହି ଉପହାର ପ୍ରଦାନ କରିବେ। ନବଦମ୍ପତିମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ବିବାହ ଉପହାର ଯୋଜନା ଆରମ୍ଭ କରାଯାଉଛି ବୋଲି ଏନଆରଏଚଏମ୍ ନିର୍ଦେଶିକା ଶାଲୀନି ପଣ୍ଡିତ କହିଛନ୍ତି। ନବଦମ୍ପତିମାନେ ବିଳମ୍ବରେ ପ୍ରଥମ ସନ୍ତାନ ଓ ଦ୍ବିତୀୟ ସନ୍ତାନ ଲାଗି ଅତିକମରେ ୩ ବର୍ଷର ବ୍ୟବଧାନ ରଖନ୍ତୁ। ଏହାକୁ ଆଖି ଆଗରେ ରଖି ଏହି ଗିଫ୍ଟରେ କିଛି ପରିବାର କଲ୍ୟାଣ ପୁସ୍ତିକା, ନେଲ କଟର , ଆଇନା, ପାନିଆ, ଟିକିଲି, ରୁମାଲ, ତଉଲିଆ, କଣ୍ଡୋମ, ଓରାଲ କଣ୍ଟ୍ରାସେପଟିକ ପିଲସ, ପ୍ରେଗନେନ୍ସି ଟେଷ୍ଟିଂ କିଟ୍‌, ଏମରଜେନ୍ସି କଣ୍ଟ୍ରାସେପ୍ଟିକ ପିଲସ ଓ ବିବାହ ପଞ୍ଜିକରଣ ଫର୍ମ ଇତ୍ୟାଦି ନବଦମ୍ପତିମାନଙ୍କୁ ପ୍ରଦାନ କରାଯିବ।  ତା ସହ ପରିବାର ଓ ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ ପକ୍ଷରୁ କେତେକ ପୁସ୍ତିକା ମଧ୍ୟ ଏହି କିଟରେ ରହିବ ।

ନବ ଦମ୍ପତିଙ୍କ ପାଇଁ ଏହି ଯୋଜନା ଚଳିତ ବର୍ଷ ବିବାହ ଋତୁ ତଥା ସେପ୍ଟେମ୍ବର ମାସରୁ ଲାଗୁ କରାଯିବ । ପ୍ରଥମ ରାଜ୍ୟ ଭାବେ ଓଡିଶା ଦେବାକୁ ଯାଉଛି ନବଦମ୍ପତିଙ୍କୁ ଏଭଳି ବିବାହ ଗିଫ୍ଟ ।ଓଡ଼ିଶାରେ ନୂଆ ବିବାହ କରିବାକୁ ଯାଉଥିବା ଯୋଡ଼ିଙ୍କୁ ସ୍ୱାସ୍ଥ୍ୟ ବିଭାଗର ଏନଆରଏଚଏମ୍ ତରଫରୁ ଦିଆଯିବ ‘ନବ ଦମ୍ପତି ଗିଫ୍ଟ’ । ଏହି ଯୋଜନା ଉଭୟ ସହର ଓ ଗ୍ରାମାଞ୍ଚରେ କାର୍ଯ୍ୟକାରୀ ହେବ ବୋଲି ସୂଚନା ଦେଇଛନ୍ତି ଏନଆରଏଚଏମ୍ ନିର୍ଦ୍ଦେଶିକା ଶାଲୀନି ପଣ୍ଡିତ ।

Leave A Reply

Your email address will not be published.