ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୧୨ଟି ପ୍ରକଳ୍ପକୁ ସିଙ୍ଗିଲ ଓ୍ୱିଣ୍ଡୋରେ ମଞ୍ଜୁରୀ ଦେଲେ ରାଜ୍ୟ ସରକାର, ୩୬୧୨ଜଣଙ୍କୁ ମିଳିବ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର: ରାଜ୍ୟରେ ୧୨ଟି ପ୍ରକଳ୍ପକୁ ସିଙ୍ଗଲ ଓ୍ୱିଣ୍ଡୋରେ ମଞ୍ଜୁରୀ ଦେଇଛନ୍ତି ରାଜ୍ୟ ସରକାର। ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ, ପ୍ଲାଷ୍ଟିକ କ୍ଷେତ୍ରରେ ହେବ ପୁଞ୍ଜି ନିବେଶ । ୨ ହଜାର ୮୨ କୋଟି ୧୭ ଲକ୍ଷ ଟଙ୍କାର ପୁଞ୍ଜି ନିବେଶ ହେବ। ଏଥିରେ ୩ ହଜାର ୬୧୨ଜଣଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ମିଳିବ। ଏନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ପ୍ରକଳ୍ପ ମଧ୍ୟରେ ରହିଛି କୋରାପୁଟ ପଟାଙ୍ଗିରେ ୭୩୨କୋଟିର ନାଲକୋ କନଭେୟର ପ୍ଲାଣ୍ଟ । ଯାଜପୁର କଳିଙ୍ଗ ନଗରରେ ହେବ ଇସ୍ପାତ ଆନୁଷଙ୍ଗିକ ଶିଳ୍ପ ।

ଏଥିପାଇଁ ୧୬୭କୋଟି ଟଙ୍କା ପୁଞ୍ଜି ନିବେଶ କରିବ ଖେତନ ବିନିଯୋଗ। ଝାରସୁଗୁଡ଼ାରେ କୋଣାର୍କ ଇସ୍ପାତ ଲିମିଟେଡ ପ୍ରତିଷ୍ଠା କରିବ ପେଲେଟ ପ୍ଲାଣ୍ଟ । ଏହା ସହିତ କୋଇଲା ଗ୍ୟାସିଫିକେସନ ୟୁନିଟ ମଧ୍ୟ ପ୍ରତିଷ୍ଠା ହେବ। ପୁରୀ ବାଲୁଖଣ୍ଡରେ ପର୍ଯ୍ୟଟକଙ୍କ ପାଇଁ ପ୍ରତିଷ୍ଠା ହେବ ଇକୋ ରିସର୍ଟସ । ଏଥିପାଇଁ ୧୨୮କୋଟି ଟଙ୍କା ପୁଞ୍ଜି ନିବେଶରେ ଇକୋ ରିସର୍ଟସ । ଭୁବନେଶ୍ୱର ଇନଫୋସିଟି ଶିଳ୍ପାଞ୍ଚଳରେ ହେବାକୁ ଥିବା IT ଶିଳ୍ପ ପାଇଁ CTRLS ଡାଟା ସେଣ୍ଟର ବିନିଯୋଗ କରିବ ୧୫୨ କୋଟି ୨୫ ଲକ୍ଷ ଟଙ୍କା ।

Leave A Reply

Your email address will not be published.