ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୩୫ ହଜାର ୭୬୦ କୋଟିର ପୁଞ୍ଜିନିବେଶକୁ ମିଳିଲା ମଞ୍ଜୁରୀ, ସୃଷ୍ଟିହେବ ୩୮,୧୦୦ ହଜାର ନିଯୁକ୍ତି ସୁଯୋଗ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଓଡିଶା ସରକାରଙ୍କ ହାଇ ଲେଭଲ୍ କ୍ଲିୟରାନ୍ସ ଅଥରିଟି (HLCA) ୫ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ୫ଟି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ମୋଟ ୩୫,୭୬୦ କୋଟି ଟଙ୍କାର ପୁଞ୍ଜିନିବେଶ ଆସିବ ଓ ଏଗୁଡ଼ିକରେ ପ୍ରାୟ ୩୮,୧୦୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଗତ ବର୍ଷ ଅନୁଷ୍ଠିତ ମେକ୍ ଇନ ଓଡ଼ିଶା ସମ୍ମିଳନୀ ସମୟରେ ଆସିଥିଲା ଏହି ୫ଟି ଶିଳ୍ପ ପ୍ରକଳ୍ପ। ଯାହାକୁ ଆଜି ରାଜ୍ୟ ସରକାରଙ୍କ ଉଚ୍ଚ ସ୍ତରୀୟ ମଂଜୁରୀ କର୍ତ୍ତୃପକ୍ଷ (ଏଚଏଲସିଏ) ସବୁଜ ସଂକେତ ଦେଇଛି । ଏହି ପ୍ରକଳ୍ପଗୁଡ଼ିକ ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର ଓ କେନ୍ଦୁଝରରେ ପ୍ରତିଷ୍ଠା ହେବ । ମଞ୍ଜୁର ହୋଇଥିବା ପ୍ରକଳ୍ପ ମଧ୍ୟରେ ରହିଛି ୨ଟି ଇସ୍ପାତ ପ୍ରକଳ୍ପ, ଗୋଟିଏ ଗ୍ରୀନ୍ ଏନର୍ଜି ପ୍ରକଳ୍ପ, ଗୋଟିଏ ରସାୟନ ପ୍ରକଳ୍ପ ଓ ଗୋଟିଏ ବୈଷୟିକ ବୟନ ପ୍ରକଳ୍ପ ।

ଏହି ୫ଟି ପ୍ରକଳ୍ପ ମଧ୍ୟରେ ରହିଛି ଢେଙ୍କାନାଳ ଜିଲ୍ଲାର ନେଉଳପୋଇଠାରେ ଓ୍ବାରି ଏନର୍ଜି ପକ୍ଷରୁ ପ୍ରସ୍ତାବିତ ସୋଲାର ଉପକରଣ ଉତ୍ପାଦନ କାରଖାନା । ଏହି ପ୍ରକଳ୍ପରେ ୨୫ ହଜାର କୋଟି ଟଙ୍କାର ନିବେଶ କରାଯିବ ଓ ଏଥିରେ ୧୪ ହଜାର ଲୋକଙ୍କୁ ନିଯୁକ୍ତି ମିଳିବ । ସେହିପରି ଭଦ୍ରକ ଜିଲ୍ଲାରେ ଏମସିପିଆଇ ପକ୍ଷରୁ ଭଦ୍ରକ ଜିଲ୍ଲାରେ ଏଚଏମଏଲଏସ ପଲିଷ୍ଟର କାରଖାନା ସ୍ଥାପନ କରାଯିବ । ଏହି ପ୍ରକଳ୍ପରେ ୨୨୨୩ କୋଟିର ପୁଞ୍ଜି ବିନିଯୋଗ କରାଯିବ ।

ଇସ୍ପାତ କ୍ଷେତ୍ରରେ ୨ଟି ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି । କାସଭି ପାଓ୍ବାର ଏଣ୍ଡ ଷ୍ଟିଲ ପକ୍ଷରୁ କେନ୍ଦୁଝର ଜିଲ୍ଲାର କାଳିଆପାଳଠାରେ ୧୬ କୋଟି ଟଙ୍କା ପୁଞ୍ଜି ବିନିଯୋଗରେ ଏକ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ । ଏଥିରେ ୩୫୦୦ ଟି ନିଯୁକ୍ତି ସୁଯୋଗ ସୃଷ୍ଟିହେବ । ସେହିପରି ସୁପର ସ୍ମେଲଟର୍ସ ପକ୍ଷରୁ ୫୪୩୬ କୋଟି ଟଙ୍କା ବିନିଯୋଗରେ କେନ୍ଦୁଝରଠାରେ ଏକ ଷ୍ଟିଲପ୍ଲାଣ୍ଟ ପ୍ରତିଷ୍ଠା କରାଯିବ । ଏଥିରେ ୧୯୦୦୦ ଟି ନିଯୁକ୍ତି ସୁଯୋଗ ସୃଷ୍ଟିହେବ । ଅନ୍ୟପକ୍ଷରେ ଧନୁସେରି ପେଟ୍ରୋକେମିକାଲ୍ସ କମ୍ପାନି ପକ୍ଷରୁ ପାରାଦୀପଠାରେ ଏକ ୧୫୦୦ କୋଟି ଟଙ୍କାର ଏକ ବଟଲ ଗ୍ରେଡ୍ ପେଟ୍ ରେଜିନ କାରଖାନା ପ୍ରତିଷ୍ଠା କରାଯିବ ।

Leave A Reply

Your email address will not be published.