ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ବଦଳରେ ୩୦ ହଜାର ଟଙ୍କା ଦେବେ ସରକାର

ଭୁବନେଶ୍ବର: ଏଣିକି ଯୁକ୍ତ ଦୁଇ ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପ୍‌ଟପ୍‌ ବଦଳରେ ଦିଆଯିବ ଅର୍ଥ। ୨୦୨୦-୨୧ ଶିକ୍ଷାବର୍ଷଠାରୁ ଏହି ନୂତନ ଯୋଜନା କାର୍ଯ୍ଯକ୍ଷମ ହେବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଜ୍ଞପ୍ତି ସୂଚନା ଅନୁଯାୟୀ, ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଖାତାକୁ ଅର୍ଥରାଶି ପ୍ରଦାନ କରାଯିବ । ଲାପ୍‌ଟପ୍‌ ବଦଳରେ ୩୦ ହଜାର ଟଙ୍କା ସିଧାସଳଖ ବିଦ୍ୟାର୍ଥୀଙ୍କୁ ଦିଆଯିବ। ଉକ୍ତ ଟଙ୍କା ଦ୍ବାରା ଛାତ୍ରଛାତ୍ରୀ ନିଜ ମନ ମୁତାବକ ଲାପ୍‌ଟପ୍‌, ଡେସ୍କଟପ୍‌, ଟାବ୍‌ଲେଟ୍‌ ସହଜରେ କିଣିପାରିବେ। ଏହାଦ୍ବାରା ସେମାନଙ୍କୁ ଆଉ ନୋଡାଲ୍‌ ସେଣ୍ଟର୍‌କୁ ଲାପ୍‌ଟପ୍‌ ସଂଗ୍ରହ କରିବାକୁ ଯିବାକୁ ପଡ଼ିବନି।

ମେଧାବୀ ଛାତ୍ରଛାତ୍ରୀଙ୍କ ତାଲିକା‌ ଓ ନୂଆ ନିୟମ ସମ୍ବନ୍ଧୀୟ ମାର୍ଗଦର୍ଶିକା ଉଚ୍ଚଶିକ୍ଷା ବିଭାଗ ୱେବସାଇଟ୍‌- ‘www.dhe.odisha.gov.in’ ରେ ଉପଲବ୍ଧ ରହିଛି। ତେବେ ଏହି ଲ୍ୟାପଟପ ଅର୍ଥ ପାଇବା ନିମନ୍ତେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମାର୍ଚ୍ଚ ୧୮ତାରିଖ ସୁଦ୍ଧା ଉପରୋକ୍ତ ୱେବସାଇଟ୍‌ରେ ଆବଶ୍ୟକ ଡକୁମେଣ୍ଟ ଅପଲୋଡ୍ କରିବାକୁ ପଡ଼ିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

Leave A Reply

Your email address will not be published.