ରାଜ୍ୟବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାରଙ୍କ ଗୁରୁତ୍ବ : ସୃଷ୍ଟି ହେଲା ଆଉ ୨ହଜାର ନୂଆ ଡାକ୍ତର ପଦବୀ

ଭୁବନେଶ୍ବର : ରାଜ୍ୟବାସୀଙ୍କୁ ବିଶ୍ୱସ୍ତରୀୟ ଚିକିିତ୍ସା ସୁବିଧା ଓ ଉନ୍ନତ ସ୍ୱାସ୍ଥ୍ୟ ଭିତ୍ତିଭୂମି ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଗୁରୁତ୍ବ ଦେଉଛନ୍ତି। ଏହି କ୍ରମରେ ଆଜି ରାଜ୍ୟ ସରକାର ଆଉ ୨ହଜାର ନୂଆ ଡାକ୍ତରୀ ପଦବୀ ସୃଷ୍ଟିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ନୂତନ ଭାବେ ସୃଷ୍ଟି ହୋଇଥିବା ପଦବି ୩୦ ଜିଲ୍ଲା ପାଇଁ ଗ୍ରୁପ-ଏ ରାଙ୍କରେ ନିଯୁକ୍ତି ମିଳିବ। ୩୦ ଜିଲ୍ଲା ପାଇଁ ଗ୍ରୁପ ଏ ରାଙ୍କର ୨ ହଜାର ଏଲଟିଆରଏମଓ ପଦବୀ ସୃଷ୍ଟି ହୋଇଛି । ଏଲଟିଆରଏମଓ ଅର୍ଥ ହେଉଛି ଲିଭ୍ ଟ୍ରେନିଂ ରିଜର୍ଭ ମେଡିକାଲ ଅଫିସର ପଦବୀ ।

ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ରାଜ୍ୟରେ ଓଡ଼ିଶା ମେଡିକାଲ ଓ ସ୍ୱାସ୍ଥ୍ୟ ସେବା କ୍ୟାଡ଼ରରେ ଆଉ ୨ହଜାର ଏଲଟିଆରଏମଓ (ଲିଭ୍ ଟ୍ରେନିଂ ରିଜର୍ଭ ମେଡିକାଲ ଅଫିସର) ଡାକ୍ତରୀ ପଦବୀ ଗ୍ରୁପ୍ – ଏ ପାହ୍ୟାରେ ସୃଷ୍ଟି କରାଯାଇଥିବା ନେଇ ପ୍ରିନ୍ସିପାଲ ଆକାଉଣ୍ଟାଣ୍ଟ ଜେନେରାଲ(ଏଜି)ଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ଏହି ୨୦୦୦ ନୂଆ ଡାକ୍ତରୀ ପଦବୀ ମଧ୍ୟରୁ ସମସ୍ତ ୩୦ଟି ଜିଲ୍ଲା ମୁଖ୍ୟ ହସ୍ପିଟାଲ ନିମନ୍ତେ ୫୦ଟି ଲେଖାଏଁ ଡାକ୍ତରୀ ପଦବୀ ଅର୍ଥାତ୍ ମୋଟ ୧୫୦୦ ପଦବୀ ଉଦ୍ଦିଷ୍ଟ ରହିବ । ରାଉରକେଲା ସରକାରୀ ହସ୍ପିଟାଲ(ଆରଜିଏଚ) ପାଇଁ ୨୦ଟି ଡାକ୍ତରୀ ପଦବୀ ଏବଂ ୩୨ଟି ଉପଖଣ୍ଡ ହସ୍ପିଟାଲରେ ୧୫ଟି ଲେଖାଏଁ ଡାକ୍ତରୀ ପଦବୀ ଅର୍ଥାତ୍ ମୋଟ ୪୮୦ଟି ଡାକ୍ତରୀ ପଦବୀ ସୃଷ୍ଟିକୁ ରାଜ୍ୟ ସରକାର ମଞ୍ଜୁରୀ ଦେଇଛନ୍ତି ।

Leave a comment