ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୩୦ ବରିଷ୍ଠ ଅଧିକାରୀଙ୍କୁ ଜିଲ୍ଲା ଦାୟିତ୍ୱ ଦେଲେ ସରକାର, ଜିଲ୍ଲା ଗସ୍ତ କରି ସମସ୍ୟା ଦୂର ପାଇଁ ନେବେ ପଦକ୍ଷେପ

ଭୁବନେଶ୍ୱର :  ସରକାରୀ ଯୋଜନା ପ୍ରତ୍ୟେକ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ସହିତ ନିର୍ଦ୍ଧାରିତ ସମୟରେ ଉନ୍ନୟନମୂଳକ ପ୍ରକଳ୍ପ ଶେଷ କରିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ତେବେ ଏହି ଲକ୍ଷ୍ୟ ହାସଲ କରିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ୩୦ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ଗୋଟିଏ ଲେଖାଏଁ ଜିଲ୍ଲା ଦାୟିତ୍ୱ ପ୍ରଦାନ କରିଛନ୍ତି। ଅଧିକାରୀମାନେ ମୁଖ୍ୟତଃ ଧାନ ସଂଗ୍ରହ ପ୍ରକ୍ରିୟା, କୋଭିଡ୍ ପରିଚାଳନା ଏବଂ ଉନ୍ନୟନମୂଳକ ଯୋଜନା ଓ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ଦାୟିତ୍ୱ ତଦାରଖ କରିବେ।

ଜିଲ୍ଲା ଏବଂ ରାଜ୍ୟ ପ୍ରଶାସନ ମଧ୍ୟରେ ଅଧିକାରୀମାନେ ଏକ ସେତୁ ଭାବେ କାର୍ଯ୍ୟ କରି ସରକାରଙ୍କ ଉଦ୍ଦେଶ୍ୟ ସାଧନ ଦିଗରେ କାମ କରିବେ। ସେମାନେ ମାସକରେ ଅନ୍ତତଃ ଦୁଇ ଥର ଜିଲ୍ଲା ଗସ୍ତରେ କରି ବିଭିନ୍ନ କାର୍ଯ୍ୟକ୍ରମର ତଦାରଖ କରିବା ସହ ସ୍ଥାନୀୟ ପ୍ରଶାସନିକ ସମସ୍ୟାର ସମାଧାନ ଖୋଜିବେ। ସମ୍ପୃକ୍ତ ଅଫିସରମାନେ ଜିଲ୍ଲା ଗସ୍ତର ସମ୍ପୂର୍ଣ୍ଣ ବିବରଣୀ ମୁଖ୍ୟ ସଚିବଙ୍କ ଅଫିସକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ରାଜ୍ୟର ୧୦ଟି ଆକାଂକ୍ଷା ଜିଲ୍ଲା ଆବଂଟିତ ହୋଇଥିବା ଆଇଏଏସଙ୍କୁ ସ୍ୱତନ୍ତ୍ର ଭାବେ ସବୁ ମାନଦଣ୍ଡ ପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଥିବା ଜଣାପଡିଛି।

ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁସାରେ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁଙ୍କୁ କଳାହାଣ୍ଡି ଜିଲ୍ଲା ଦାୟିତ୍ୱ ପ୍ରଦାନ କରାଯାଇ ଥିବା ବେଳେ ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଳ କୁମାର ଦେବଙ୍କୁ ମୟୂରଭଞ୍ଜ, କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀଙ୍କୁ କେନ୍ଦ୍ରାପଡ଼ା, ଆଇଟି ସଚିବ ମନୋଜ କୁମାର ମିଶ୍ରଙ୍କୁ ଢ଼େଙ୍କାନାଳ, ଶ୍ରମ ସଚିବ ଚିତ୍ର ଅରୁମୁଗମଙ୍କୁ ଗଜପତି ଜିଲ୍ଲା ଦାୟିତ୍ମ ମିଳିଛି। ସେହିପରି ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଡା ବୃନ୍ଦା ଡିଙ୍କୁ ଅନୁଗୁଳ ଜିଲ୍ଲା ମିଳିଥିବା ବେଳେ ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ବଲାଙ୍ଗିର, ଶ୍ରମ କମିଶନର ଏନ୍ ଥିରୁମାଳା ନାଏକଙ୍କୁ ବାଲେଶ୍ୱର, ଜଳସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ଅର୍ଚ୍ଚନା ପଟ୍ଟନାୟକଙ୍କୁ ବରଗଡ଼, ସ୍ପେଶାଲ ପ୍ରୋଜେକ୍ଟର ନିର୍ଦ୍ଦେଶକ ଅରିନ୍ଦମ ଡାକୁଆଙ୍କୁ ଭଦ୍ରକ, ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ସଚିବ ଗୁହା ପୁନମ ତାପସ କୁମାରଙ୍କୁ ବୌଦ୍ଧ, ମିଶନ ଶକ୍ତି ସଚିବ ସୁଜାତା ଆର କାର୍ତ୍ତିକେୟନଙ୍କୁ କଟକ, ଉତ୍ତରାଞ୍ଚଳ ଆରଡିସି ସୁରେଶ ଚନ୍ଦ୍ର ଦଳେଇଙ୍କୁ ଦେବଗଡ଼, ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଏସ୍ ଅଶ୍ୱସ୍ଥିଙ୍କୁ ଗଞ୍ଜାମ, ବିଜ୍ଞାନ ଓ କାରିଗରି କୌଶଳ ସଚିବ ଭାସ୍କରଜ୍ୟୋତି ଶର୍ମାଙ୍କୁ ଯାଜପୁର ଜିଲ୍ଲା ଦାୟିତ୍ମ ମିଳିଛି।

ଅପରପକ୍ଷେ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗଙ୍କୁ ପୁରୀ, ମତ୍ସ୍ୟ ଓ ପଶୁସମ୍ପଦ ସଚିବ ସୁରେଶ କୁମାର ବଶିଷ୍ଠଙ୍କୁ ରାୟଗଡ଼ା, ପୂର୍ତ୍ତ ସଚିବ ବୀରବିକ୍ରମ ଯାଦବଙ୍କୁ ସମ୍ୱଲପୁର, ଇପିକଲ ଏମଡି ଭୂପେନ୍ଦ୍ର ସିଂ ପୁନିଆଙ୍କୁ ସୋନପୁର, ଶିଳ୍ପ ବିଭାଗ ପ୍ରମୁଖ ହେମନ୍ତ ଶର୍ମାଙ୍କୁ ଝାରସୁଗୁଡ଼ା, ହସ୍ତତନ୍ତ ଓ ବୟନଶିଳ୍ପ ସ୍ୱତନ୍ତ୍ର ସଚିବ ଶ୍ରୀକାନ୍ତ ପୃଷ୍ଟିଙ୍କୁ ଜଗତସିଂହପୁର, ଓଏମସି ପରିଚାଳନା ନିର୍ଦ୍ଦେଶକ ବଲବନ୍ତ ସିଂଙ୍କୁ ସୁନ୍ଦରଗଡ଼, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ଆର ଯାଦବଙ୍କୁ ନୂଆପଡ଼ା, ପାନୀୟ ଜଳ ଓ ପରିଛନ୍ନତା ନିର୍ଦ୍ଦେଶକ ବି ପରମେଶ୍ୱରଙ୍କୁ ନୟାଗଡ଼, ମହିଳା ଓ ଶିଶୁବିକାଶ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲଙ୍କୁ ନବରଙ୍ଗପୁର, ସମବାୟ ସଚିବ ସଞ୍ଜିବ କୁମାର ଚଢ଼ାଙ୍କୁ ମାଲକାନଗିରି, ଉଚ୍ଚଶିକ୍ଷା ସଚିବ ବିଷ୍ଣୁପଦ ସେଠୀଙ୍କୁ କୋରାପୁଟ, ମହିଳା ଓ ଶିଶୁବିକାଶ ସଚିବ ଶୁଭା ଶର୍ମାଙ୍କୁ ଖୋର୍ଦ୍ଧା, ଇସ୍ପାତ ଓ ଖଣି ସଚିବ ଦେଓରଞ୍ଜନ ସିଂହଙ୍କୁ କେନ୍ଦୁଝର ଓ କୃଷି ସଚିବ ଅରବିନ୍ଦ କୁମାର ପାଢ଼ୀଙ୍କୁ କନ୍ଧମାଳ ଜିଲ୍ଲା ଦାୟିତ୍ୱରେ ରଖାଯାଇ ଥିବା ଜଣାପଡିଛି।

Leave A Reply

Your email address will not be published.