ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କରୋନା ସଙ୍କଟ କାଳରେ ସଂଜୀବନି ଯୋଗାଉଛି ଜୟ ଓଡ଼ିଶା ଫାଉଣ୍ଡେସନ

ଭୁବନେଶ୍ୱର: କରୋନା ସଙ୍କଟ କାଳରେ ଅକ୍ସିଜେନ୍ ଅଭାବରୁ ଯେପରି ଜଣେ ହେଲେ ରୋଗୀଙ୍କ ମୃତ୍ଯୁ ନ ହୁଏ ସେଥି ପାଇଁ ଅଣ୍ଟା ଭିଡିଛି ଜୟ ଓଡ଼ିଶା ଫାଉଣ୍ଡେସନ। ଗୁରୁତର ରୋଗୀଙ୍କୁ କିପରି ଏହାର ଅଭାବ ନିରୁହେ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଏହି ପ୍ରକ୍ରିୟାକୁ ଆଉଟିକେ ସରଳ କରିବାକୁ ଆଗେଇ ଆସିଛି ଜୟ ଓଡ଼ିଶା ଫାଉଣ୍ଡେସନ ।

ଆଜି ଯାଜପୁରରେ ପହଞ୍ଚି ଜିଲ୍ଲା ପ୍ରଶାସନକୁ ସହଯୋଗର ହାତ ବଢ଼ାଇବା ସହ ଅକ୍ସିଜେନ କନସନଟ୍ରେଟର ଦାନ କରିଛନ୍ତି । ଫାଉଣ୍ଡେସନ ପକ୍ଷରୁ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ଯାଜପୁର ଜିଲା ପ୍ରଶାସନକୁ ୧୫ଟି ଅକ୍ସିଜେନ କନସେନଟ୍ରେଟର ଦାନ କରିଛନ୍ତି ।

ଜୟ ଓଡିଶାର ଏଭଳି ମହାନତା ପାଇଁ ଅନେକ ରୋଗୀଙ୍କ ଜୀବନ ବଂଚିବା ବୋଲି କୁହାଯାଇଛି । ଆଗକୁ ଆହୁରି କନନସଟ୍ରେଟର ଯୋଗାଇ ଦିଆଯିବ ବୋଲି ଫାଉଣ୍ଡେସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି । ଜୟ ଓଡ଼ିଶାର ଏପରି ବଦାନ୍ୟତାକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.