ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସର୍ବଭାରତୀୟ ସ୍ତରରେ ୨୦୨୧ ମସିହା ପାଇଁ ‘ସର୍ବଶ୍ରେଷ୍ଠ ଅଗ୍ନିଶମ ସେବା ସଂସ୍ଥା’ ଭାବେ ପୁରସ୍କୃତ ହେଲା ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥା

ଭୁବନେଶ୍ବର : ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥାକୁ୨୦୨୧ ମସିହା ପାଇଁ ସର୍ବ ଭାରତୀୟ ସ୍ତରରେ ପୁରସ୍କୃତ । ସର୍ବ ଶ୍ରେଷ୍ଠ ଅଗ୍ୱିଶମ ସେବା ସଂସ୍ଥା ଭାବେ ବିବେଚନା କରାଯାଇଛି ।ଦିଲ୍ଲୀର ନୋଇଡାରେ ଡିସେମ୍ବର ୨ରୁ ୫ ତାରିଖ ପର୍ଯ୍ୟନ୍ତ Institution Of Fire Engineers ଦ୍ବାରା ଆୟୋଜିତ ଆନ୍ତର୍ଜାତିକ ଫାୟାର ଇଣ୍ଡିଆ -୨୦୨୧ ମେଳାରେ ଏହି ପୁରସ୍କାର ଘୋଷଣା କରାଯାଇଛି । ଓଡ଼ିଶା ପଛକୁ ତାମିଲନାଡୁ ଅଗ୍ନିଶମ ସେବା ଦ୍ବିତୀୟ ଓ ଗୁଜରାଟ ଅଗ୍ନିଶମ ସେବାକୁ ତୃତୀୟ ସ୍ଥାନ ମିଳିଛି । ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥାର ବିପର୍ଯ୍ୟୟ ମୁକାବିଲା ଦକ୍ଷତାକୁ ବିଚାରକୁ ନେଇ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥା ଖାଲି ରାଜ୍ୟରେ ନୁହେଁ, ବରଂ ଅନ୍ୟ ରାଜ୍ୟରେ ମଧ୍ୟ ବିପର୍ଯ୍ୟୟ ମୁକାବିଲା କରି ରାଜ୍ୟ ପାଇଁ ସୁନାମ ଆଣିବାରେ ସଫଳ ହୋଇଛି । ୨୦୧୪ରେ ହୁଡ୍ ହୁଡ୍ ସମୟରେ ଆନ୍ଧ୍ରପ୍ରଦେଶ, ୨୦୧୮ରେ ମେଘାଳୟରେ ମାଇନିଂ ରେସକ୍ୟୁ, କେରଳ ବନ୍ୟା, ପଶ୍ଚିମବଙ୍ଗରେ ଅମ୍ଫାନ୍ ମହାବାତ୍ୟା ସମୟରେ ସଫଳତାର ସହ କାର୍ଯ୍ୟ କରି ଉଚ୍ଚ ପ୍ରଶଂସିତ ହୋଇଥିଲା । ଏହାସହ ରାଜ୍ୟରେ ତିତିଲି, ବୁଲବୁଲ ଓ ଫନି କରି ବାତ୍ୟା ସମୟରେ ବିପର୍ଯ୍ୟୟର ସଫଳ ମୁକାବିଲା କରିଥିଲା ।

ଭାରତରେ ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠାରେ ଲୋକସଂଖ୍ୟା ଅନୁସାରେ ଅଗ୍ନିଶମ ଗାଡି ଯୋଗାଇ ଦିଆଯାଇଛି ଏବଂ ସାରା ଭାରତରେ ସବୁଠୁ ଅଧିକ ୩୪୨ଟି ଅଗ୍ନିଶମ କେନ୍ଦ୍ର ଓଡ଼ିଶାରେ ରହିଛି । ସେହିପରି ରାଜ୍ୟରେ ୫ଟି ISO Certified Fire Station ଓ ଗୋଟିଏ ପଶିକ୍ଷଣ କେନ୍ଦ୍ର ଥିବା ବେଳେ, ଏହା ସମସ୍ତ କେନ୍ଦ୍ରକୁ Multi-Disaster Response Centre ଭାବରେ ରୂପାନ୍ତରିତ କରାଯାଇଛି । ଦେଶର ସର୍ବଶ୍ରେଷ୍ଠ ଅଗ୍ନିଶମ ସେବା ସଂସ୍ଥା ଭାବରେ ପୁରସ୍କୃତ ହୋଇଥିବାରୁ ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥାର କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥାକୁ ଏପରି ପ୍ରଶଂସା ଓ ପୁରସ୍କାର ପ୍ରତିଟି କର୍ମଚାରୀଙ୍କ ପ୍ରତି ପ୍ରେରଣା ସାଜିଛି  । ନିରନ୍ତର କାର୍ଯ୍ୟ ଓ ସଫଳ ମୁକାବିଲା ଦିଗରେ ଆହୁରି ସାହାସ ଯୋଗାଇଛି  । ସେପଟେ ଏହି ପୁରସ୍କାର ପାଇବା ପରେ ଅଗ୍ନିଶମ ବିଭାଗରେ ଖୁସିର ଲହରୀ ଖେଳିଯାଇଛି  । ଉତ୍ସାହ ଓ ଆଗ୍ରହର ସହ ଆଗାମୀ କାର୍ଯ୍ୟ କରିବା ନିମନ୍ତେ ଏହି ପୁରସ୍କାର ଅଗ୍ନିଶମ କର୍ମଚାକରୀଙ୍କୁ ପ୍ରେରଣା ଯୋଗାଇବ  ।

Leave A Reply

Your email address will not be published.