ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଲଣ୍ଡନର ବ୍ରିଟିଶ୍ ପାର୍ଲାମେଣ୍ଟରେ ଓଡିଆ ଉଦ୍ୟୋଗୀ ଅରୁଣ କର ‘ମହାତ୍ମା ଗାନ୍ଧୀ ସମ୍ମାନ’ରେ ସମ୍ନାନିତ

ଭୁବନେଶ୍ୱର : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୩ତମ ଜନ୍ମ ବାର୍ଷିକି ଅବସରରେ ବ୍ରିଟେନ୍ ସ୍ଥିତ ଓଡିଆ ଉଦ୍ୟୋଗୀ ତଥା ଅଭିଜ୍ଞ ସେନା ଅଧିକାରୀ ଅରୁଣ କର ବ୍ରିଟିଶ୍ ପାର୍ଲାମେଣ୍ଟର ହାଉସ ଅଫ୍ କମନ୍ସ୍, ଲଣ୍ଡନ୍ ଠାରେ ‘ମହାତ୍ମା ଗାନ୍ଧୀ ସମ୍ମାନ’ରେ ସମ୍ନାନିତ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ବ୍ରିଟେନ୍ ପାର୍ଲାମେଣ୍ଟର ବରିଷ୍ଠ ସାଂସଦ, ଲର୍ଡସ୍ ଏବଂ ବ୍ୟବସାୟିକ ବ୍ୟାକ୍ତିତ୍ୱ ଯୋଗ ଦେଇଥିଲେ।

ଅରୁଣ ଜଣେ ସଫଳ ଉଦ୍ୟୋଗୀ ଯିଏକି ନିଜର ଉଦ୍ୟୋଗୀ ଯାତ୍ରାରେ ନିଜ ପାଇଁ ଏକ ସ୍ଥାନ ସୃଷ୍ଟି କରିବା ସହ ସମଗ୍ର ବିଶ୍ୱରେ ଭାରତର ପତାକାକୁ ଉଚ୍ଚମାନ୍ୟତା ଦେଇଛନ୍ତି। ସେ ଭାରତ ଏବଂ ବ୍ରିଟେନ ମଧ୍ୟରେ ଦ୍ୱିପାକ୍ଷିକ ବ୍ୟବସାୟକୁ ବୃଦ୍ଧିକରି ଅନେକ ଗୌରବ ମଧ୍ୟ ଆଣିଛନ୍ତି। ଏହା ଗୌରବର କଥା ଯେ, ଜଣେ ବ୍ରିଟିଶ୍ ଭାରତୀୟ(ଅରୁଣ) ନିଜ ଜାତିର ପିତାଙ୍କ ଜନ୍ମ ବାର୍ଷିକିରେ ବ୍ରିଟିଶ୍ ପାର୍ଲାମେଣ୍ଟରେ ସମ୍ନାନିତ ଓ ପ୍ରଶଂସିତ ହୋଇଛନ୍ତି, ଯାହା ଉଭୟ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ଦୃଢ କରିବ।

ଭାରତୀୟମାନେ ନିଜ ବୃତ୍ତି କ୍ଷେତ୍ରରେ ସମଗ୍ର ବିଶ୍ୱରେ ପ୍ରଧାନ୍ୟ ବିସ୍ତାର କରୁଛନ୍ତି। ସେହି ଭାରତୀୟ ରତ୍ନମାନଙ୍କ ମଧ୍ୟରୁ ଅରୁଣ ଅନ୍ୟତମ ଯିଏ ସୂଚନା ପ୍ରଯୁକ୍ତି ବିଦ୍ୟା ଓ ପରିବେଶ ନିରନ୍ତରତା ଆଦି କ୍ଷେତ୍ରରେ ଉତ୍କର୍ଷତା ହାସଲ କରିବା ସହ ଦୁନିଆର ଅନେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ମଧ୍ୟ କରିଛନ୍ତି।

ନିଜ ସଫଳତା ବିଷୟରେ ଓଡିଆ ଉଦ୍ୟୋଗୀ ଅରୁଣ କର କହିଛନ୍ତି, “ମୁଁ ଭାଗ୍ୟବାନ୍ ଯେ ଜ୍ଞାନୀ ଲୋକମାନଙ୍କ ମଧ୍ୟରେ ଘେରି ହୋଇରହିବାର ସୁଯୋଗ ପାଇଛି, କାରଣ ଜ୍ଞାନୀ ଲୋକମାନେ ଆମକୁ ଅଧିକ ଜ୍ଞାନୀ କରିବା ସହ ନୂତନ ବିଷୟବସ୍ତୁ, ଚିନ୍ତାଧାରା ସଂସ୍କୃତି ଓ ଲୋକଙ୍କ ସହିତ ପରିଚିତ କରାଇଥାନ୍ତି।” ସେ ତାଙ୍କର ସଫଳତା ପାଇଁ ପିତାମାତା (ଡ଼ ମନୋରଞ୍ଜନ କର ଓ ରଶ୍ମିରେଖା କର), ପତ୍ନୀ (ନିଧି କର), ତାଙ୍କ ବ୍ୟବସାୟିକ ସହଯୋଗୀ (ଚିଣ୍ଟନ୍ ପାନାରା) ଏବଂ ତାଙ୍କ କମ୍ପାନୀ ଏକ୍ସ୍ପର୍ଟନେଷ୍ଟ୍କୁ ଶ୍ରେୟ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଅରୁଣ କର ନେଷ୍ଟ ଗ୍ରୁପ୍ରର ସହ ପ୍ରତିଷ୍ଠାତା ଯେଉଁଥିରେ ସୁଚନା ପ୍ରଯୁକ୍ତିବିଦ୍ୟା ଏବଂ ପରିବେଶ ନିରନ୍ତରତାରେ ବିଶେଷଜ୍ଞ ଥିବା ମଲ୍ଟିନ୍ୟସନାଲ ଡିଜିଟାଲ୍ ଆଣ୍ଡ୍ ଟେକ୍ନୋଲୋଜି ଇନୋଭେସନ୍ କମ୍ପାନୀ (ଏକ୍ସପଟ୍ନେସ୍ଟ) ସହିତ ପାଞ୍ଚଟି ସହାୟକ କମ୍ପାନୀ ରହିଛି। ଅରୁଣ ଜଣେ ଗିନିଜ୍ ୱାର୍ଲ୍ଡ ରେକର୍ଡଧାରୀ ଏବଂ ଫର୍ଚୁନ୍ କଭର୍ ପୃଷ୍ଠାରେ ସ୍ଥାନ ପାଇ ‘ନେସ୍‌ନାଲ୍‌ ବିଜ୍‌ନେସ୍‌ ଆୱାର୍ଡ’ ରେ ସମ୍ମାନିତ ହୋଇଛନ୍ତି। ଏଥି ସହିତ ଆନ୍ତର୍ଜାତୀୟ ପତ୍ରିକା-ଏସିୟା ୱାନ ‘ଗ୍ଲୋବାଲ୍ ଇଣ୍ଡିଆନ୍ ଅଫ୍ ଦି ଇୟର ଆୱାର୍ଡ ୨୦୨୧’ରେ ସମ୍ମାନୀତ ହୋଇଥିଲେ, ଯାହାକି ସିଏନ୍ବିସି ରେ ପ୍ରଦର୍ଶିିତ କରାଯାଇଥିଲା। ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ଜଗତରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଅରୁଣଙ୍କୁ ଟାଇମ୍ସ୍ ଭିଜିୟନାରୀ ଲିଡରସ୍ ଭାବେ ଟାଇମ୍୍ସ ଅଫ୍ ଇଣ୍ଡିଆ, ଟାଇମ୍ସ୍ ଆସ୍ସେଣ୍ଟ ଏବଂ ନବ୍ ଭାରତ ଦ୍ୱାରା ପୁରସ୍କୁତ ହୋଇଥିଲେ।

ନିକଟରେ ଉଦ୍ୟୋଗୀ ଅରୁଣ କରଙ୍କ ‘ନୂତନ ଗ୍ଲୋବାଲ୍ ଓଡିଆ କନେକ୍ଟ’ ନାମକ ଏକ ଡିଜିଟାଲ ପ୍ଲାଟଫର୍ମ ନେଇଆସିଛନ୍ତି, ଯାହା ଓଡିଆ ସମ୍ପ୍ରଦାୟକୁ ଏକଜୁଟ୍ କରିବା ସହ ସାମାଜିକ ସ୍ତରରେ ସେମାନଙ୍କୁ ଗୋଟିଏ ଜାଗାକୁ ଆଣିବ। ସ୍ୱାଧିନତାର ୭୫ବର୍ଷ ପୂର୍ତ୍ତି ରେ ଭାରରେ ଲୋକ, ସଂସ୍କୃତି ଏବଂ ସେମାନଙ୍କର ସଫଳତାର ଗୌରବମୟ ଇତିହାସକୁ ପାଳନ କରିବା ଅବସରରେ ଆଜାଦି କା ଅମୃତ ମହୋତ୍ସବ ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ଏକ ପଦକ୍ଷେପ।

Leave A Reply

Your email address will not be published.