ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଇ-ବିଧାନସଭା ପାଇଁ ବିଧାୟକଙ୍କୁ ଦିଆଯିବ ପ୍ରଶିକ୍ଷଣ

ଭୁବନେଶ୍ୱର: ବଜେଟ୍ ଅଧିବେଶନରେ ଇ-ବିଧାନସଭା କାର୍ଯ୍ଯାକାରୀ ହେବା ପରେ ଏବେ ଏହାକୁ ନେଇ ବିଧାୟକଙ୍କୁ ପ୍ରଶିକ୍ଷଣ ଦିଆଯିବ। ବିଧାୟକମାନେ ଇ-ବିଧାନସଭାରେ କିପରି ଭାଗନେବେ, ସେନେଇ ଆସନ୍ତା ବୁଧବାରଠାରୁ ବିଧାନସଭା ପରିସରରେ ସ୍ବତନ୍ତ୍ର ପ୍ରଶିକ୍ଷଣ ଶିବିର ଆରମ୍ଭ କରାଯିବ।

ଏଥିଲାଗି ୧୦ ଜଣିଆ ପ୍ରଶିକ୍ଷାର୍ଥୀଙ୍କ ସହ ସ୍ବତନ୍ତ୍ର ସେଲ୍ ଖୋଲାଯାଇଥିବା ବାଚସ୍ପତି ସୂର୍ଯ୍ଯାନାରାୟଣ ପାତ୍ର କହିଛନ୍ତି। ସେପଟେ ବିଧାୟକମାନେ ମଧ୍ୟ ଇ-ବିଧାନସଭା ଟ୍ରେନିଂ ନେବାକୁ ବେଶ୍ ଆଗ୍ରହୀ ଅଛନ୍ତି। ପୂର୍ବରୁ ବିଧାୟକଙ୍କୁ ଲାପଟପ୍ ଓ ଆଇପ୍ୟାଡ୍ ଦିଆଯାଇଛି। ଏହାସହ ବିଧାନସଭାର ସମସ୍ତ କର୍ମଚାରୀଙ୍କୁ କମ୍ପ୍ୟୁଟର ଯୋଗାଇ ଦିଆଯାଇଛି । ବଜେଟ୍, ଅର୍ଥନୈତିକ ସର୍ଭେ ରିପୋର୍ଟ ଓ ପ୍ରଶ୍ନ କାଳ ନେଭା ଆପ୍ ଜରିଆରେ ଉପଲବ୍ଧ ହେଉଛି ।

Leave A Reply

Your email address will not be published.