ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସମସ୍ତ ପ୍ରକାର କୋଭିଡ କଟକଣା ଉଠାଇଲେ ରାଜ୍ୟ ସରକାର, ସ୍ୱେଚ୍ଛାକୃତ ଭାବେ ଆଇନ୍‌ ଅନୁସରଣ କରିବାକୁ ପରାମର୍ଶ

ଭୁବନେଶ୍ବର : ରାଜ୍ୟରୁ କୋଭିଡ ସଂକ୍ରମଣ ହ୍ରାସ ପାଇଛି। ଏଥି ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାରର କୋଭିଡ୍‌ କଟକଣା ଉଠାଇ ଦେଇଛନ୍ତି। କୋଭିଡ ସଂକ୍ରମଣ ହ୍ରାସ ପାଇଥିବାରୁ ସରକାର ଏହିଭଳି ପଦକ୍ଷେପ ନେଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

୨୦୨୦ ମସିହାରୁ ଲାଗୁ ହୋଇଥିବା ଏହି କଟକଣାରୁ ଆଜି ରାଜ୍ୟ ସରକାର ଏହାକୁ ଉଠାଇ ଦେଇଛନ୍ତି । ସାଧାରଣ ସମାବେଶ, ମାସ୍କ ପିନ୍ଧିବା, ଛେପ ପକାଇବା ଇତ୍ୟାଦି ଉପରେ ଲଗାଯାଇଥିବା ପ୍ରତିବନ୍ଧକ ଏବଂ ଦଣ୍ଡବିଧାନକୁ ଉଚ୍ଛେଦ କରିଦିଆଯାଇଛି। ଯେତେବେଳେ ଆବଶ୍ୟକ ହେବ ଏବଂ ସ୍ୱେଚ୍ଛାକୃତ ଭାବରେ କୋଭିଡ୍ ଆଇନ୍‌ର ଅନୁସରଣ କରିବାକୁ ନାଗରିକମାନଙ୍କୁ ପରାମର୍ଶ ଦିଆଯାଇଛି ।


ରାଜ୍ୟପାଳଙ୍କ ନିର୍ଦ୍ଦେଶରେ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତଙ୍କ ଦସ୍ତଖତରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, ରାଜ୍ୟରେ କୋଭିଡ୍ ମାମଲା ହ୍ରାସ ପରେ କୋଭିଡ-୧୯ ନିୟମାବଳୀ ୨୦୨୦କୁ ରାଜ୍ୟ ସରକାର ତତ୍କାଳ ପ୍ରଭାବରୁ ଉଚ୍ଛେଦ ପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ ସାଧାରଣ ଲୋକମାନେ ଚାହିଁଲେ ନିଜେ ସ୍ୱେଚ୍ଛାକୃତ ଭାବେ ଆବଶ୍ୟକତା ଅନୁସାରେ ଏହି ନିୟମ ପାଳନ କରିପାରିବେ ।

ଉଳ୍ଲେଖଯୋଗ୍ୟ ଅତୀତରେ କୋଭିଡ ସଂକ୍ରମଣ ବଢ଼ିବା କାରଣରୁ ରାଜ୍ୟ ସରକାର କଟକଣା ଲାଗୁ କରିଥିଲେ। କୋଭିଡ ଆଇନ୍‌-୨୦୨୦ ଅନୁଯାୟୀ ଆବଶ୍ୟକତା ଠାରୁ ଅଧିକ ଭିଡ଼ ଲଗାଉଥିବା ଲୋକଙ୍କ ଉପରେ ଜରିମାନା ଲାଗୁ କରିଥିଲେ। ସେହି ସମୟରେ ବିନା ମାସ୍କରେ ବୁଲିବା, ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ମଧ୍ୟ ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

Leave A Reply

Your email address will not be published.