ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ତୈଳ ଦର ନିୟନ୍ତ୍ରଣକୁ ଆଣିବା ପାଇଁ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପାଳନ କରୁନି କେନ୍ଦ୍ର- କଂଗ୍ରେସ

ଭୁବନେଶ୍ୱର: ହୁ ହୁ ହୋଇ ବଢୁଛି ତୈଳ ଦର। ତୈଳ ଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଛି । ଦେଶର ଅନେକ ସ୍ଥାନରେ ପେଟ୍ରୋଲ ଲିଟର ଶହେ ଟପିଲାଣି । ତେଣୁ ଏଆଇସିସିର ଆହ୍ୱାନ କ୍ରମେ ଦେଶର ବିଭିନ୍ନ ପେଟ୍ରୋଲ ପମ୍ପରେ କଂଗ୍ରେସ କର୍ମୀମାନେ ଧାରଣା ଦେଇଛନ୍ତି । ରାଜ୍ୟ କଂଗ୍ରେସ କର୍ମୀମାନେ ଏହି ଧାରଣାରେ ସାମିଲ୍ ହୋଇଛନ୍ତି । ତୈଳ ଦର ହ୍ରାସ କରିବା ସହ ଟ୍ୟାକ୍ସ ପ୍ରତ୍ୟାହାର ନେଇ ଦଳ ପକ୍ଷରୁ ଦାବି କରାଯାଇଥିବା ଜଣାପଡ଼ିଛି ।

କରୋନାରେ ଜନସାଧାରଣଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ସରକାର ଏହି ସମୟରେ ତୈଳ ଦର ବଢ଼ାଇ ଚାଲିଛନ୍ତି । ଏହା ଜନତାଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି । ତୈଳ ଦର ସହ ଅନ୍ୟାନ୍ୟ ସାମଗ୍ରୀର ଦାମ ବୃଦ୍ଧି ପାଇଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ।

ଏହି ଅବସରରେ ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ଦଳୀୟ କର୍ମୀଙ୍କ ସହ ପେଟ୍ରୋଲ ପମ୍ପରେ ଧାରଣାରେ ବସିଛନ୍ତି । ସେ କହିଛନ୍ତି ଯେ, କେନ୍ଦ୍ର ସରକାର ନିର୍ବାଚନ ସମୟରେ ତୈଳ ଦର ନିୟନ୍ତ୍ରଣକୁ ଆଣିବା ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାହା ପାଳନ କରୁନାହାନ୍ତି । ସରକାର ଏବେ ପେଟ୍ରୋଲ ଓ ଡିଜେଲ ଉପରୁ ୨୬ ପ୍ରତିଶତ ଟ୍ୟାକ୍ସ ନେଉଛନ୍ତି, ଏହା ତୁରନ୍ତ ପ୍ରତ୍ୟାହାର କରାଯାଉ । ନଚେତ୍ ଆଗାମୀ ଦିନରେ କଂଗ୍ରେସ ଏହାର ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଛନ୍ତି ।

 

Leave A Reply

Your email address will not be published.