ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆସିଲା ରାହୁଲ ଗାନ୍ଧୀଙ୍କ ଡ଼ାକରା : ୫ ତାରିଖରେ ଓଡ଼ିଶା କଂଗ୍ରେସ ବିଧାୟକମାନଙ୍କ ସହ କରିବେ ଆଲୋଚନା

ଭୁବନେଶ୍ବର : କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡାକରା । ୫ ତାରିଖରେ ରାହୁଲ ଗାନ୍ଧୀଙ୍କ ସହ ହେବ ଆଲୋଚନା । ଦଳୀୟ ସଂଗଠନ ଉପରେ ହେବ ପୁଙ୍ଖାନୁପୁଙ୍ଖ କରାଯିବ ତର୍ଜମା । କିଭଳି ଓଡ଼ିଶା କଂଗ୍ରେସରେ ଲାଗି ରହିଥିବା ଗୋଷ୍ଠୀ କନ୍ଦଳକୁ ଦୂର କରାଯାଇ ଦଳକୁ ଆଗକୁ ନିଆଯାଇପାରିବ, ସେନେଇ ହେବ ଆଲୋଚନା । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ।

ଦଳ ପ୍ରସଙ୍ଗରେ ତାଙ୍କୁ ହାଇକମାଣ୍ଡଙ୍କ ଫୋନ୍ ଆସିଥିଲା ଏବଂ ସେ ଦିଲ୍ଲୀ ଯିବେ ବୋଲି କହିଛନ୍ତି ସୁର ରାଉତରାୟ । ବିଧାୟକ ତାରା ବାହିନୀପତି କହିଛନ୍ତି ଦିଲ୍ଲୀ ଗସ୍ତ ପୂର୍ବରୁ ସବୁ ବିଧାୟକ ଏକାଠି ହେବୁ । କେଉଁ ପ୍ରସଙ୍ଗରେ ରାହୁଲଙ୍କ ସହ ଆଲୋଚନା କରିବୁ ନିଷ୍ପତ୍ତି ନେବୁ । ବିଧାୟକଙ୍କ ମଧ୍ୟରୁ ଜଣଙ୍କୁ ସଭାପତି କରିବାକୁ ପ୍ରସ୍ତାବ ରଖାଯିବ । ସଂଗଠନ ମଜଭୁତ ହେବା ଉପରେ ଆଲୋଚନା ହେବ ବୋଲି କହିଛନ୍ତି ତାରା ।

ସୂଚନାଯୋଗ୍ୟ କିଛି ଦିନ ତଳେ ରାଜ୍ୟରେ କଂଗ୍ରେସର ସ୍ଥିତି ଓ ପିସିସି ପରିବର୍ତ୍ତନ ନେଇ ପ୍ରଭାରୀ ଚେଲ୍ଲା କୁମାର ଓଡିଶା ଗସ୍ତରେ ଆସିଥିଲେ । ଏହି ସମୟରେ ସବୁ ବିଧାୟକ ଓ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଥିଲେ । ତଥାପି ଦଳୀୟ ଅସନ୍ତୋଷ ପଦାରେ ପଡିଥିଲା । ତେବେ ପ୍ରଭାରୀ ଚେଲ୍ଲା କୁମାର ବୈଠକ ପରେ ରିପୋର୍ଟ ହାଇକମାଣ୍ଡକୁ ଦେବେ ବୋଲି ସୂଚନା ଦେଇଥିଲେ । ଆଉ ଏବେ ସବୁ ବିଧାୟକଙ୍କୁ ଦିଲ୍ଲୀ ଡାକରା ହୋଇଛି।ହୁଲ ଗାନ୍ଧୀ ରାଜ୍ୟରେ ଦଳର ସ୍ଥିତି ନେଇ ସମସ୍ତ ବିଧାୟକଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି ।

Leave A Reply

Your email address will not be published.