ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟବାସୀଙ୍କୁ ବିଶ୍ବ ପଖାଳ ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଜି ପଖାଳ ଦିବସ । ଓଡ଼ିଶାର ପାରମ୍ପରିକ ଖାଦ୍ୟ ହେଉଛି ପଖାଳ । ଆଜି ପଲ୍ଲୀଠୁ ସହର ସବୁଠି ପଖାଳ ଖାଇ ଉତ୍ସବ ପାଳୁଛନ୍ତି ସମସ୍ତେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନବୀନ ନିବାସରେ ପାଳନ କରିଛନ୍ତି ପଖାଳ ଦିବସ । ପଖାଳ ସାଙ୍ଗରେ ଚୁନା ମାଛ ଭଜା, ଛୁଇଁ ଭଜା, ବଡ଼ି ଚୁରା, ଶାଗ ଭଜା, କଲରା ଓ ଆଳୁ ଭଜା ଖାଇ ପଖାଳ ଦିବସ ପାଳିଛନ୍ତି ମୁଖ୍ୟମନ୍ତ୍ରୀ । ପଖାଳ ମୋର ପସନ୍ଦ ବୋଲି ମୁଖ୍ଯମନ୍ତ୍ରୀ ଟ୍ବିଟ କରି କହିଛନ୍ତି।


ବିଦେଶରେ ଥିବା ପ୍ରବାସୀ ଓଡ଼ିଆ ମଧ୍ୟ ପଖାଳ ଦିବସ ପାଳନ କରିଛନ୍ତି । ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ଏହି ପଖାଳ ଆସ୍ତେ ଆସ୍ତେ ଓଡିଆଙ୍କ ଖାଦ୍ୟ ତାଲିକାର ପ୍ରଥମକୁ ଆସିଛି । ଓଡ଼ିଶାର ପାରମ୍ପରିକ ଖାଦ୍ୟ ପଖାଳରେ ଅନେକ ଉପାଦେୟତା ମଧ୍ୟ ଭରି ରହିଛି । କୋଭିଡ ସମୟରେ ରିସର୍ଚ୍ଚ କରୁଥିବା ଡାକ୍ତରୀ ଦଳ ଶେଷରେ ପଖାଳକୁ ସାବାସୀ ଦେଇଥିଲେ । ଅର୍ଥାତ ପଖାଳ ଖାଇବା ଦ୍ୱାରା ମଣିଷ ଶରୀରରେ ଇମ୍ୟୁନିଟ ବୁଷ୍ଟ ହୋଇଥାଏ ବୋଲି ପ୍ରମାଣିତ ହୋଇଥିଲା ।

Leave A Reply

Your email address will not be published.