ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କୋଭିଡ୍ ସ୍ଥିତିର ସମୀକ୍ଷା: ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ନବରଙ୍ଗପୁର ଓ କୋରାପୁଟ ଜିଲ୍ଲା ଗସ୍ତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ନବରଙ୍ଗପୁର ଓ କୋରାପୁଟ ଜିଲ୍ଲା ଗସ୍ତ କରି  କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି।

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ନବରଙ୍ଗପୁର ଜିଲ୍ଲାରେ ପଜିଟିଭଙ୍କ ସଂଖ୍ଯା ହ୍ରାସ ପାଇଛି। ଜିଲ୍ଲାରେ ଦିନକୁ ୬ ଶହ ଲୋକଙ୍କ RT-PCR ଟେଷ୍ଟ କରିବା ଲକ୍ଷ୍ୟ ରଖାଯାଇଛି। ତିନି ମାସ ଭିତରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅକ୍ସିଜେନ୍ ପ୍ଲାଣ୍ଟ ପ୍ରତିଷ୍ଠା ହେବ। ଟିକାକରଣ ପାଇଁ କେବଳ ନବରଙ୍ଗପୁର ସହରକୁ ୨୦ ହଜାର ଟିକା ଦିଆଯାଇଥିଲା । ୧୮ରୁ ୪୪ ବର୍ଷର ଲୋକଙ୍କ ପାଇଁ ଏହି ଟିକା ଦିଆଯାଇଥିଲା । ଆଗକୁ ନବରଙ୍ଗପୁରକୁ ଆହୁରି ୧୦ ହଜାର ଟିକା ଦିଆଯିବ ବୋଲି ସୁରେଶ ମହାପାତ୍ର  କହିଛନ୍ତି।

ଏହି ଅସବରରେ ମୁଖ୍ୟ ସଚିବ ଓ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ କୋଭିଡ୍ ହସ୍ପିଟାଲ ପରିଦର୍ଶନ କରିଥିଲେ । ଆଇସିୟୁ ସହ ପ୍ରତିଷ୍ଠା ହେବାକୁ ଥିବା ୨୦୦ ବେଡର ହସ୍ପିଟାଲ ଓ୍ୱାର୍ଡର ସ୍ଥିତି ଅନୁଧ୍ୟାନ କରିଥିଲେ । ଆଗାମୀ ଦିନରେ ପଜିଟିଭଙ୍କ ସଂଖ୍ଯା ଆହୁରି କମିବ । ନବରଙ୍ଗପୁର ଜିଲ୍ଲାରେ ପଜିଟିଭିଟିଙ୍କ ସଂଖ୍ଯା ୨୦%ରୁ ୧୩ପ୍ରତିଶତକୁ ଖସିଛି । କୋଭିଡ୍ ସ୍ଥିତି ନେଇ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ସହ ବି ଆଲୋଚନା କରିଥିଲେ ମୁଖ୍ୟ ସଚିବ ଓ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ।

Leave A Reply

Your email address will not be published.