ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୯ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର, ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଗାଁ ପୋଖରୀ ଦାୟିତ୍ୱ

ଭୁବନେଶ୍ବର : ରାଜ୍ୟରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ଅଧିକ ସଶକ୍ତ ଓ ଆତ୍ମନିର୍ଭରଶୀଳ କରିବାକୁ ରାଜ୍ୟ ସରକାର ଉଦ୍ୟମ କରିଆସୁଛନ୍ତି । ଏବେ ଗାଁ ପୋଖରୀ ଦାୟିତ୍ୱ ସ୍ୱୟଂ ସହାୟିକା ଗୋଷ୍ଠୀକୁ ଦିଆଯିବା ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ଗତକାଲି ସନ୍ଧ୍ୟା ୬ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମରେ ହୋଇଥିବା ଏହି ‌ବୈଠକରେ ପାଖାପାଖି ୯ଟି ପ୍ରସ୍ତାବ ପାରିତ ହୋଇଛି। ବର୍ତ୍ତମାନ ବିଧାନସଭା ଅଧିବେଶନ ଚାଲିଥିବାରୁ କ୍ୟାବିନେଟ୍‌ ନିଷ୍ପତ୍ତି ସମ୍ପର୍କରେ ଆନୁଷ୍ଠାନିକ ସୂଚନା ଦିଆଯାଇନାହିଁ ।

ପଂଚାୟତିରାଜ, ନଗର ଉନ୍ନୟନ, ପୂର୍ତ୍ତ ଓ ସ୍ୱାସ୍ଥ୍ୟ ବିଭାଗରେ ପ୍ରସ୍ତାବକୁ ଅନୁମୋଦନ ମିଳିଛି । କଟକ ଏସସିବି ନବକଳେବର ପ୍ରକଳ୍ପ ଟେଣ୍ଡରକୁ ମଞ୍ଜୁରୀ ମିଳିଥିବା ବେଳେ ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ଭୁଆଶୁଣିରେ କରାଯାଉଥିବା ବାୟୋ ମାଇନିଂ ପ୍ରକଳ୍ପର ଟେଣ୍ଡରକୁ ମଧ୍ୟ କ୍ୟାବିନେଟନ ଅନୁମୋଦନ କରିଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ ପଞ୍ଚାୟତ ପୋଖରୀଗୁଡ଼ିକର ପରିଚାଳନା ଭାର ସ୍ବୟଂ ସହାୟକ ଗୋଷ୍ଠୀକୁ ଦିଆଯିବା ନେଇ ଏକ ପ୍ରସ୍ତାବ ପାରିତ ହୋଇଛି । ମାଛ ଚାଷ ପାଇଁ ପୋଖରୀର ନିଲାମ ପ୍ରକ୍ରିୟା ଏସ୍‌ଏଚ୍‌ଜି ଦ୍ବାରା ହିଁ କରାଯିବ । ଆଗକୁ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀ‌ରେ ଏହି ନିଷ୍ପତ୍ତି ବେଶ୍‌ ଗୁରୁତ୍ବ ବହନ କରୁଛି । ଏହା ସହ ନବକଳେବର ପ୍ରକଳ୍ପ ଟେଣ୍ଡରକୁ ମଞ୍ଜୁରୀ ମିଳିଥିବା ବେଳେ ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ଭୁଆଶୁଣିରେ କରାଯାଉଥିବା ବାୟୋ ମାଇନିଂ ପ୍ରକଳ୍ପର ଟେଣ୍ଡରକୁ ମଧ୍ୟ କ୍ୟାବିନେଟନ ଅନୁମୋଦନ କରିଛି । ଏସ୍‌ସିବି ମେଡିକାଲ କଲେଜର ନବୀକରଣ ପ୍ରକଳ୍ପ ପାଇଁ ପୂର୍ବରୁ ଡକାଯାଇଥିବା ଟେଣ୍ଡର୍‌ରେ ମନୋନୀତ ହୋଇଥିବା ଏଲ୍‌ ଆଣ୍ଡ୍‌ ଟି ସଂସ୍ଥାକୁ କାର୍ୟ୍ୟାଦେଶ ଦେବାକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି । ଏହା ବାଦ୍ ନଗର ଉନ୍ନୟନ, ପରିବହନ ଓ ପୂର୍ତ୍ତ ବିଭାଗର ଆଉ କିଛି ପ୍ରସ୍ତାବ କ୍ୟାବିନେଟ୍‌ରେ ପାରିତ ହୋଇଛି ।

 

Leave A Reply

Your email address will not be published.