ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସ୍ୱାଭାବିକ ହେଲା ଗୃହକାର୍ଯ୍ୟ : ଧାନ କିଣାକୁ ନେଇ ଉତ୍ତର ରଖିବେ ମନ୍ତ୍ରୀ, ସ୍ୱାଧିକାର କମିଟିକୁ ପଠାଗଲା ବିଜେପି ବିଧାୟକ ସୁବାସଙ୍କ ବିରୋଧରେ ଆସିଥିବା ଅଭିଯୋଗ

ଭୁବନେଶ୍ବର :  ସ୍ବାଭାବିକ ହେଲା ବିଧାନସଭା। ସୁରୁଖୁରୁରେ ଚାଲିବ ଗୃହ କାର୍ଯ୍ୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ବସିଥିବା ସର୍ବଦଳୀୟ ବୈଠକ ସଫଳ ହୋଇଛି। ଯାହା ଫଳରେ ଦିର୍ଘ ୬ ଦିନ ଧରି ଗୃହରେ ଦେଖାଦେଇଥିବା ଅଚଳାବସ୍ଥା ଦୂର ହୋଇଛି। ସର୍ବଦଳୀୟ ବୈଠକରେ ପରେ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇଛି । ପରେ ବାଚସ୍ପତି ଗୃହକୁ ଆସନ୍ତାକାଲି ଯାଏ ମୁଲତବି ରଖିଛନ୍ତି ।

ତେବେ ଯେଉଁ ଧାନକିଣା ପ୍ରସଙ୍ଗ ଏବଂ ଦେବଗଡ଼ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ବିଧାନସଭା ଭିତରେ ଆତ୍ମହତ୍ୟା ଉଦ୍ୟମକୁ  ନେଇ ତୁମ୍ଭିତୋଫାନ ଉଠିଥିଲା ତାହା ଶାନ୍ତ ପଡିବ ବୋଲି ସଙ୍କେତ ମିଳିଛି।  ଗତ ୬ ଦିନ ଧରି ଗୃହ ଅଚଳାବସ୍ଥା ଦେଖାଦେଇଥିଲା ତାହା ଆଉ ଆଗକୁ ଦେଖିବାକୁ ନମିଳିପାରେ କାରଣ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା କାଲି ୧୧.୩୦ ମିନିଟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସରକାରଙ୍କ ଆଭିମୁଖ୍ୟକୁ ଗୃହରେ ରଖିବେ । ଅନ୍ୟପଟେ ଦେବଗଡ଼ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ବିଧାନସଭା ଭିତରେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ବିରୋଧରେ ବିଜେଡି ଆଣିଥିବା ଅଭିଯୋଗ ସ୍ୱାଧିକାର କମିଟିକୁ ପଠାଯାଇଛି ।

Leave A Reply

Your email address will not be published.