ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚାଷୀ ପ୍ରସଙ୍ଗରେ ଗୃହ ହୁଲୁସ୍ତୁଲ : ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ କଲେ ବାଚସ୍ପତି

ଭୁବନେଶ୍ବର : ବିଧାନସଭା ଶୀତ ଅଧିବେଶନର ଆଜି ଦ୍ୱିତୀୟ ଦିନରେ ଚାଷୀ ପ୍ରସଙ୍ଗକୁ ନେଇ ପୁଣି ବିଧାନସଭାରେ ହଟ୍ଟଗୋଳ। ଚାଲି ପାରିଲାନି ଗୃହ କାର୍ଯ୍ୟ। ଗୃହର ମଧ୍ୟଭାଗକୁ ଆସି ଉଭୟ ବିରୋଧୀଦଳ ପ୍ରବଳ ହଟ୍ଟଗୋଳ କରିଛନ୍ତି । ଏହାପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ୍‍ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି ।

ଆଜି ବିଧାନସଭାରେ ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନରେ ବହୁ ଗୁରୁତ୍ବପୂର୍ଣ୍ଣ ଚାଷୀ ସମସ୍ୟା ଓ ଅନ୍ୟାନ୍ୟ ପ୍ରସଙ୍ଗ ଆଲୋଚନା ହେବାର ଥିଲା। ହେଲେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକମାନେ ବାଚସ୍ପତିଙ୍କ ପୋଡିୟମ ଆଗରେ ନାରାବାଜି ଦେବା ସହ ଗୃହକାର୍ଯ୍ୟ କରାଇ ଦେଇ ନଥିଲେ। ଏଣୁ ପ୍ରଥମେ ବାଚସ୍ପତି ୧୧ଟା ୩୦ ଯାଏଁ ଗୃହ ମୁଲତବୀ ଘୋଷଣା କରିଥିଲେ। ଏହାପରେ ୧୧ଟା ୩୦ପରେ ଶାନ୍ତିଶୃଙ୍ଖଳାରେ ଗୃହ ଚଳାଇବା ଲାଗି ବାଚସ୍ପତି ବିକ୍ରମ କେଶରୀ ଆରୁଖ ବାରମ୍ବାର ଅନୁରୋଧ କରିଥିଲେ ବି ଶୁଣିନଥିଲେ ବିରୋଧୀ। ଅଧିବେଶନ ଆରମ୍ଭ ହେବା ମାତ୍ରେ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ବାଚସ୍ପଚି ଗ଼ହକୁ ଅପରାହ୍ନ ୪ଟା ଯାଏ ମୁଲତବି ରଖିଛନ୍ତି ।

ସୂଚନା ଥାଉକି, ଆଜି ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ହୋହଲ୍ଲା କରିଥିଲେ ଉଭୟ ଶାସକ ଓ ବିରୋଧୀ। ଚାଷୀ ପ୍ରସଙ୍ଗକୁ ନେଇ ହୁଲସ୍ତୁଲ ହୋଇଥିଲା ବିଧାନସଭା। ବିଜେଡି, ବିଜେପି ଓ କଂଗ୍ରେସ ସମସ୍ତ ଦଳ ହଟ୍ଟଗୋଳ କରିଥିଲେ।ଏମିତିକି ବାଚସ୍ପତିଙ୍କ ପୋଡିୟମ ଆଗରେ ନାରାବାଜି କରିଥିଲେ ବିରୋଧୀ । ବିରୋଧୀ ବିଜେପି ଓ କଂଗ୍ରେସ ଫସଲ ବୀମା, ମଣ୍ଡି ସମସ୍ୟା ଓ ଇନପୁଟ ସବସିଡି ପ୍ରସଙ୍ଗରେ ହୋ ହାଲ୍ଲା କରିବା ସହ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢି ନାରାବାଜି ଓ ବିରୋଧ ପ୍ରଦର୍ଶନ କରିଥିଲେ।

ସେପଟେ ବିଜେଡି ବିଧାନସଭାରେ ଉଠାଇଥିଲା ଧାନର ଏମଏସପି ପ୍ରସଙ୍ଗ । ଏମଏସପି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଦଳର ସଦସ୍ୟ ମାନେ  ବିରୋଧ ପ୍ରଦର୍ଶନ କରିଥିଲେ।  ବିଧାନସଭାର ଗାନ୍ଧୀ ମୂର୍ତ୍ତିତଳେ ବିଜେଡି ବିଧାୟକ ମାନେ ଧାରଣା ଦେଇଥିବା ବେଳେ ଏମଏସପିକୁ ନେଇ ଲଢେଇ ଜାରି ରହିବ ବୋଲି ବିଜେଡ଼ି କହିଛି। ଏହି ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଭେଟିବାକୁ ଦଳ ପକ୍ଷରୁ ବିଧାୟକ ମାନେ ବିଧାନସଭା ପରିସରରୁ ରାଜଭବନ ଅଭିମୁଖେ ବାହାରିଛନ୍ତି।

Leave A Reply

Your email address will not be published.