ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଡିଆ ଟେଲି ଅଭିନେତ୍ରୀ ରଶ୍ମୀରେଖାଙ୍କ ଆତ୍ମହତ୍ୟା, ଶେଷ ଥର ପାଇଁ ‘କେମିତି କହିବି କହ’ ସିରିଏଲରେ କରିଥିଲେ ଅଭିନୟ

ଭୁବନେଶ୍ବର : ଓଡିଆ ଟେଲି ଅଭିନେତ୍ରୀ ରଶ୍ମୀରେଖା ଓଝାଙ୍କ ଆତ୍ମହତ୍ୟା ।ନୟାପଲ୍ଲୀ ଥାନା ଗଡ଼ସାହିରେ ରଶ୍ମି ଆତ୍ମହତ୍ୟା କରିଛନ୍ତି । ଘର ଭିତରୁ ନୟାପଲ୍ଲୀ ଥାନା ପୁଲିସ ଏକ ସୁଇସାଇଡିଆଲ ନୋଟ ଜବତ କରିଛି । ତାଙ୍କ ମୃତ୍ୟୁ ପାଇଁ ସେ କାହାରିକୁ ଦାୟୀ କରିନାହାନ୍ତି । ଗତକାଲି ରାତି ପ୍ରାୟ ୧୦ଟାରେ ରଶ୍ମି ଆତ୍ମହତ୍ୟା ଖବର ପାଇ ନୟାପଲ୍ଲୀ ଥାନା ପୁଲିସ ପହଞ୍ଚି ଶବ ଜବତ କରିଥିଲା ।

ମୃତଦେହ ନିକଟରୁ ନୟାପଲ୍ଲୀ ଥାନା ପୁଲିସ ଏକ ସୁଇସାଇଡାଲ ନୋଟ ଜବତ କରିଛି । ଯେଉଁଥିରେ ଲେଖାଅଛି ମିସ ୟୁ ବାବା, ମୁଁ ଉପରେ ଥାଇ ତୁମକୁ ବହୁତ ମିସ୍ କରିବି । ମୁଁ ଗୋଟେ ଖରାପ ଝିଅ । ଏଭଳି କିଛି ସୁଇସାଇଡ଼ ନୋଟରେ ଲେଖିଛନ୍ତି ଅଭିନେତ୍ରୀ। ଏଥି ସହିତ ବାପା ଓ ପରିବାର ଲୋକଙ୍କୁ କାହାରିକୁ ଦାୟୀ କରିବାକୁ ଚିଠିରେ ମନା କରିଛନ୍ତି ରଶ୍ମିରେଖା ।

କୌଣସି ଅଘଟଣ କିମ୍ବା ମାନସିକ ଚାପକୁ ନେଇ ରଶ୍ମି ଏଭଳି ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରିଛି । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତଦନ୍ତ ଆଗକୁ ବଢାଯିବ ବୋଲି ପୁଲିସ ସୂଚନା ଦେଇଛି । ଓଡ଼ିଆ ଟେଲି ଧାରାବାହିକ କେମିତି କହିବି କହରେ ଅଭିନୟ କରିଥିଲେ ରଶ୍ମିରେଖା ।

Leave A Reply

Your email address will not be published.