ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜାତିସଂଘ ସମର୍ଥିତ ପ୍ରଦୂଷଣ ଓ ପରିବେଶ ଉପରେ ପର୍ଯ୍ୟବେସିତ ପ୍ରଥମ ମ୍ୟୁଜିକ ଭିଡିଓ ‘ପୃଥିବୀ ମନ୍ଥନ’

ଓଡ଼ିଆ ଟିମ୍‍ ଦ୍ୱାରା ପ୍ରସ୍ତୁତ ଏହି ରୋମାଞ୍ଚକ ମ୍ୟୁଜିକ୍‍ ଭିଡିଓ ଶିବ ତାଣ୍ଡବ ସ୍ତ୍ରୋତମ ଓ ସାଗର ମନ୍ଥନ ଉପରେ ଆଧାରିତ

ଭୁବନେଶ୍ୱର: ଲୋକପ୍ରିୟ ଭାଇରାଲ୍‍ ମ୍ୟୁଜିକ୍‍ ଭିଡିଓ “ଐଗିରି ନନ୍ଦୀନି’ର ପ୍ରଡକ୍ସନ ହାଉସ୍‍ ଅରୋମିରା ଏଣ୍ଟରଟେନମେଣ୍ଟ ପକ୍ଷରୁ ଚର୍ଚ୍ଚିତ କଣ୍ଠଶିଳ୍ପୀ ସୁସ୍ମିତା ଦାସଙ୍କ ସହ ସହଯୋଗିତା ସ୍ଥାପନ କରି ରୋମାଞ୍ଚଳ ମ୍ୟୁଜିକ୍‍ ଭିଡିଓ ‘ପୃଥିବୀ ମନ୍ଥନ’ ପ୍ରସ୍ତୁତ କରାଯାଇଛି। ଶିବ ତାଣ୍ଡବ ସ୍ତ୍ରୋତମ ଓ ସାଗର ମନ୍ଥନ ଉପରେ ଏହା ଆଧାରିତ।

ପୂର୍ବତନ ନିର୍ଦ୍ଦେଶକ ଜେନେରାଲ୍‍ ଫରେଷ୍ଟ୍‍, ଭାରତ ସରକାର ତଥା କଣ୍ଠଶିଳ୍ପୀ ସୁସ୍ମିତାଙ୍କ ସ୍ୱାମୀ ସିଦ୍ଧାନ୍ତ ଦାସ ଏହି ମ୍ୟୁଜିକ୍‍ ଭିିଡିଓର ପରିକଳ୍ପନା ପ୍ରସ୍ତୁତ କରିଥିବା ବେଳେ ଶିବ କୁମାର ବିଲଗ୍ରାମୀ ଗୀତ ରଚନା କରିଛନ୍ତି। ଓମ୍‍ ପ୍ରକାଶ ମହାନ୍ତି ଗୀତଟିକୁ ସଙ୍ଗୀତରେ ସଜାଇଛନ୍ତି। ମ୍ୟୁଜିକ୍‍ ଭିଡିଓଟି ଦେବ ମେହେରଙ୍କ ନିର୍ଦେଶନାରେ ପ୍ରସ୍ତୁତ ହୋଇଥିବା ବେଳେ ସେଥିରେ ସୂର୍ଯ୍ୟମୟୀ ଅଭିନୟ କରିଛନ୍ତି।

ମ୍ୟୁଜିକ୍‍ ଭିଡିଓର ନିର୍ଦେଶକ ଦେବ ମେହେର କହିଛନ୍ତି ଯେ, “୨୦୨୧ ବର୍ଷ ଲାଗି ଜାତିସଂଘର ସମର୍ଥନ ଥିବା ଏହା ଭାରତର ଏକମାତ୍ର ମ୍ୟୁଜିକ୍‍ ଭିଡିଓ ଯାହାକୁ ପ୍ରଦୂଷଣ ବିଷୟରେ ସଚେତନତା ସୃଷ୍ଟି କରିବା ଲାଗି ପ୍ରସ୍ତୁତ କରାଯାଇଛି। ଏହା ଅନେକ ଦୃଷ୍ଟିରୁ ପ୍ରଥମ ସ୍ଥାନରେ ରହିଛି। ଭାରତରେ ପ୍ରଥମ ଥର ଲାଗି କୌଣସି ମ୍ୟୁଜିକ୍‍ ଭିଡିଓକୁ ସିଜିଆଇ କୋରିଓଗ୍ରାଫି, ପ୍ରଦର୍ଶନ ଏବଂ କଳାକୁ ବ୍ୟବହାର କରି ପ୍ରସ୍ତୁତ କରାଯାଇଛି। ଏଥିପାଇଁ ହଲିଉଡ୍‍ ସିନେମା ସଦୃଶ ସେଟ୍‍ ତିଆରି କରାଯାଇଥିଲା। ସେହିପରି, ପ୍ରଥମ ଥର ଲାଗି ଶିବ ତାଣ୍ଡବ ସ୍ତ୍ରୋତମ୍‍ରେ ପରିବେଶ ବିଷୟକୁ ଯୋଡ଼ି ଏକ ମ୍ୟୁଜିକ୍‍ ଭିଡିଓର ପରିକଳ୍ପନା ପ୍ରସ୍ତୁତ କରାଯାଇଛି। ‘’

କଣ୍ଠଶିଳ୍ପୀର ସୁସ୍ମିତା ଦାସ କହିଛନ୍ତି ଯେ, “ସମସାମୟିକ ସମାଜିକ ସମସ୍ୟାକୁ ନେଇ ଜନସଚେନତା ସୃଷ୍ଟି କରିବା ପାଇଁ ଗୀତ ତିଆରି କରିବାକୁ ମୁଁ ଚାହେଁ କାରଣ ଲୋକମାନଙ୍କ ପାଖରେ ପହଞ୍ଚିବା ଲାଗି ସଙ୍ଗୀତ ଏକ ବଳିଷ୍ଠ ମାଧ୍ୟମ ବୋଲି ମୋର ବିଶ୍ୱାସ ରହିଛି। ମୋର ପୂର୍ବ ଗୀତ “ଐଗିରି ନନ୍ଦିନୀ’ ଦୁର୍ଗ ସ୍ତ୍ରୋତମ୍‍ ଉପରେ ପର୍ଯ୍ୟବେସିତ ଥିଲା ଯାହାକୁ ମହିଳା ସଶକ୍ତୀକରଣ ବିଷୟବସ୍ତୁ ଆଧାରରେ ତିଆରି କରାଯାଇଥିଲା ଓ ଲୋକମାନେ ସେହି ଗୀତକୁ ବହୁତ ପସନ୍ଦ କରିଥିଲେ। ମୁଁ ଭାବୁଛି ଶିବ ତାଣ୍ଡବ ସ୍ତ୍ରୋତମ ହେଉଛି ଅତ୍ୟନ୍ତ ଗମ୍ଭୀର ଓ ବଳିଷ୍ଠ ଯାହା ପରିବେଶକୁ ନେଇ ସଚେତନତା ସୃ୍‍ଷ୍ଟି କରିପାରିବ।’’

ଏହି ଅବସରରେ ସିଦ୍ଧାନ୍ତ ଦାସ କହିଛନ୍ତି ଯେ, “ଏହି ମ୍ୟୁଜିକ୍‍ ଭିଡିଓ ଅଧିକ ଲୋକଙ୍କ ପାଖରେ ପହଞ୍ଚୁ ବୋଲି ମୁଁ ଚାହୁଛି। ଏହା ମନୋରଞ୍ଜନ ନୁହେଁ ବରଂ ଜନ ସଚେତନତା ସୃଷ୍ଟି କରିବା ଲାଗି ଗୁରୁତ୍ୱପୂର୍ଣ୍ଣ ବାର୍ତାର ପ୍ରଚାର କରିବା। ପରିବେଶକୁ ନେଇ ଅଭିଳାଷୀ ଥିବା ପରିବେଶବିତ୍‍ ଓ ସେଲିବ୍ରିଟିମାନେ ଏହି ମ୍ୟୁଜିକ୍‍ ଭିଡିଓର ପ୍ରଚାର କରନ୍ତୁ ବୋଲି ମୁଁ ଚାହୁଛି।’’

ୟୁନାଇଟେଡ୍‍ ନେସନ୍‍ସ ଏନଭାଇରମେଣ୍ଟ୍‍ ପ୍ରୋଗ୍ରାମ୍‍ (ୟୁଏନ୍‍ଇପି), ଇଟଂରନ୍ୟାସନାଲ୍‍ ୟୁନିୟନ୍‍ ଫର କନ୍‍ଜରଭେସନ୍‍ ଅଫ୍‍ ନେଚର୍‍ (ଆଇୟୁସିଏନ୍‍), ବମ୍ବେ ନାଚୁରାଲ୍‍ ହିଷ୍ଟ୍ରି ସୋସାଇଟି (ବିଏନ୍‍ଏଚ୍‍ଏସ୍‍), ଦି ଏନର୍ଜି ଆଣ୍ଡ୍‍ ରିସୋର୍ସେସ୍‍ ଇନଷ୍ଠିଚ୍ୟୁଟ୍‍ (ଟେରି), ୱାଇଲଡ୍‍ ଲାଇଫ୍‍ ଟ୍ରଷ୍ଟ୍‍ ଅଫ୍‍ ଇଣ୍ଡିଆ (ଡବ୍ଲୁଟିଆଇ) ଓ କର୍ଣ୍ଣାଟକ ସରକାରଙ୍କ ଏକ ସଂସ୍ଥା ଜଙ୍ଗଲ ଲଜେସ୍‍ ଆଣ୍ଡ୍‍ ରିସୋର୍ସେସ୍‍ (ଜେଏଲ୍‍ଆର୍‍) ସେମାନଙ୍କ ଲୋଗୋକୁ ଏହି ମ୍ୟୁଜିକ୍‍ ଭିଡିଓରେ ବ୍ୟବହାର କରିବା ଲାଗି ଅନୁମତି ପ୍ରଦାନ କରିଛନ୍ତି। ଓଡ଼ିଶା ଖଣି ନିଗମ ଲିମିଟେଡ୍‍ ମଧ୍ୟ ଏହି ପ୍ରକଳ୍ପକୁ ସହାୟତା ପ୍ରଦାନ କରିଛି।

Leave A Reply

Your email address will not be published.