ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଲେ ଓଡ଼ିଆ ପୁଅ ପ୍ରବୀଣ କୁମାର, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଶ୍ବ ଦରବାରରେ ଦକ୍ଷତା ଦେଖାଇଲେ ଓଡ଼ିଆ ପୁଅ । ଜର୍ମାନୀର ଷ୍ଟୁଟଗାର୍ଟରେ ଆୟୋଜିତ ବିଶ୍ୱ ଦକ୍ଷତା ପ୍ରତିଯୋଗିତାର ୱ।ଟର ଟେକ୍ନୋଲୋଜିରେ ଓଡ଼ିଶାର ପ୍ରବୀଣ କୁମାର ଗିରି ରୌପ୍ୟ ପଦକ ହାସଲ କରିଛନ୍ତି। ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରବୀଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରବୀଣ ଆହୁରି ସଫଳତା ହାସଲ କରି ଓଡ଼ିଶା ଓ ସାରା ଦେଶକୁ ଗର୍ବିତ କରନ୍ତୁ ବୋଲି ଶୁଭେଚ୍ଛା ଜଣାଇ କହିଛନ୍ତି ମୁଖ୍ୟମନ୍ତ୍ରୀ। ଭବିଷ୍ୟତ ପାଇଁ ପ୍ରବୀଣଙ୍କୁ ଶୁଭକାମନା ଜଣାଇଛନ୍ତି ।

ଭୁବନେଶ୍ବର ସ୍ଥିତ ସିଭି ରମଣ ଗ୍ଲୋବାଲ ବିଶ୍ବବିଦ୍ୟାଳୟର ଛାତ୍ର ହେଉଛନ୍ତି ପ୍ରବୀଣ କୁମାର ଗିରି । ଓଡ଼ିଶାରୁ ୧୨ ଜଣ ଛାତ୍ରଛାତ୍ରୀ ବିଭିନ୍ନ ବର୍ଗରେ ଭାରତ ପାଇଁ ପ୍ରତିନିଧିତ୍ବ କରିଥିଲେ । ପୁରସ୍କାର ଉତ୍ସବରେ ଭାରତୀୟ ଟିମ୍ ଉଲ୍ଲସିତ ହେବା ସହ ସବୁ ଆଡୁ ପ୍ରଶଂସା ସାଉଣ୍ଟି ଥିଲା ।

Leave A Reply

Your email address will not be published.