ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ହଲ୍ ନ ମିଳିବାରୁ ସରକାରୀ କଲ୍ୟାଣ ମଣ୍ଡପରେ ରିଲିଜ ହେଲା ଓଡ଼ିଆ ଫିଲ୍ମ

ନୟାଗଡ଼: କଲ୍ୟାଣ ମଣ୍ଡପରେ ରିଲିଜ ହେଲା ଓଡ଼ିଆ ସିନେମା। ଶେଷରେ ଓଲିଉଡର ସ୍ଥିତି ଏମିତି ହୋଇଛି ଯେ, ନୂଆ ସିନେମା ରିଲିଜ କରିବା ପାଇଁ ପ୍ରଯୋଜକଙ୍କୁ ହଲ୍‌ ମିଳୁନି। ହଲ୍ ନ ମିଳିବାରୁ ଶେଷରେ ପ୍ରଯୋଜକ ବାଧ୍ୟ ହୋଇ ନୂଆ ଫିଲ୍ମକୁ ଏକ ସରକାରୀ କଲ୍ୟାଣ ମଣ୍ଡପରେ ରିଲିଜ କରିଛନ୍ତି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଓଡ଼ଗାଁ ସରକାରୀ କଲ୍ୟାଣ ମଣ୍ଡପ ପରିସରରେ । ନୟାଗଡ଼ରୁ ଆସିଛି ଏଭଳି ଏକ ନିଆରା ଚିତ୍ର। ଓଡ଼ଗାଁ ସରକାରୀ କଲ୍ୟାଣ ମଣ୍ଡପ ପରିସରରେ ପ୍ରଥମଥର ପାଇଁ ରିଲିଜ୍ ହୋଇଛି ‘ପ୍ରେମରେ ରିସ୍କ ହେଲା ମୋତେ ଇସ୍କ’। କଲ୍ୟାଣ ମଣ୍ଡପ ବାହାରେ ଟିକେଟ୍ ବିକ୍ରି କରାଯାଇଥିଲା ।

ସିନେମା ଦେଖିବାକୁ ଜମିଥିଲା ଦର୍ଶକଙ୍କ ଭିଡ଼। କଲ୍ୟାଣ ମଣ୍ଡପରେ ସିନେମା ରିଲିଜ୍ କରିବାକୁ ନେଇ ପ୍ରଯୋଜକଙ୍କ ଏଭଳି ଉଦ୍ୟମକୁ ନେଇ ଚର୍ଚ୍ଚା ହୋଇଛି । ପ୍ରିମିୟରରେ ଚଳଚ୍ଚିତ୍ରର ସମସ୍ତ ଷ୍ଟାର କାଷ୍ଟ ସାମିଲ ହୋଇଥିଲେ। ତେବେ ଓଡ଼ିଆ ସିନେମା ରିଲିଜ୍ ପାଇଁ ହଲ୍ ନମିଳିବାକୁ ନେଇ ଉଦବେଗ ପ୍ରକାଶ ପାଇଛି।

Leave A Reply

Your email address will not be published.