ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଛତିଶଗଡ ନକ୍ସଲ ଆକ୍ରମଣରେ ଓଡିଆ ଯବାନ ସୁବାସ ନାୟକ ସହିଦ

ଭୁବନେଶ୍ବର : ଛତିଶଗଡ଼ ବିଜାପୁର ନକ୍ସଲ ଆକ୍ରମଣରେ ଜଣେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି । ଡିଆରଜି ବାଟାଲିୟନରେ କନେଷ୍ଟବଳ ଥିବା ଓଡିଆ ପୁଅ ସୁବାସ ନାଏକ ନକ୍ସଲ ଆକ୍ରମଣରେ ସହିଦ ହୋଇଛନ୍ତି । ୨୦୧୮ ମସିହାରେ ବାସାଗୁଡ଼ା ସାପ୍ତାହିକ ହାଟରେ ନକ୍ସଲ ଆକ୍ରମଣ କରିଥିଲେ ।ସେତେବେଳେ ନିଜ ଜୀବନକୁ ଭ୍ରୁକ୍ଷେପ ନକରି ନକ୍ସଲଙ୍କ ବନ୍ଧୁକ ମୁହଁରୁ ସାଥୀ ଶଙ୍କରଙ୍କ ଜୀବନ ବଞ୍ଚାଇ ଆଣିଥିଲେ ସୁବାସ । ଜଣେ ନକ୍ସଲକୁ ମାରିବା ସହ ଅସ୍ତ୍ରଶସ୍ତ୍ରକୁ ଛଡ଼ାଇ ଆଣି ସାହସିକତାର ପରିଚୟ ଦେଇଥିଲେ ସୁବାସ । ତା’ପରେ ତାଙ୍କୁ ପଦୋନ୍ନତି ମଧ୍ୟ ମିଳିଥିଲା ।

ସୁବାସଙ୍କ ପୈତୃକ ଘର ହେଉଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ । ସେ ଡିଆରଜି ବାଟାଲିୟନରେ ଜଣେ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିଲେ । ଛତିଶଗଡରେ ହୋଇଥବା ମାଓ ଦମନ ଅଭିଯାନରେ ସେ ନକ୍ସଲଙ୍କ ଗୁଳିରେ ଆଖି ବୁଜି ସହିଦ ହୋଇଛନ୍ତି । ସୁବାସଙ୍କ ବାପା ପେଟ ପୋଷିବା ଲାଗି ଛତିଶଗଡ଼ର ବିଜାପୁର ପଳାଇଥିଲେ । ଏବେ ଗୋଟିଏ ବୋଲି ପୁଅକ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛି ପୂରା ପରିବାର। ସୁବାସଙ୍କୁ ହରାଇ ତାଙ୍କ ପରିବାର ଭାଙ୍ଗି ପଡ଼ିଥିବା ବେଳେ ସୁବାସଙ୍କ ସାହସିକତାକୁ ଭୁଲି ପାରୁନାହାଁନ୍ତି ସାଥୀ ଯବାନ ।

Leave A Reply

Your email address will not be published.