ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବାଲ୍ୟବିବାହ ରୋକି ମାଇଲଖୁଣ୍ଟ ସାଜିଛନ୍ତି ଓଡ଼ିଆ ଝିଅ ଯଶୋଦା ପାଣ୍ଡେ, ମିଳିତ ଜାତିସଂଘ ଦ୍ୱାରା ଭି ଆୱାର୍ଡରେ ହୋଇଛନ୍ତି ସମ୍ମାନୀତ

ନୂଆପଡ଼ା: ଆଜିବି ଲୋକେ ସାମାଜିକ ରୀତି ନୀତି ସହ ଜଡିତ ରହି କୁସଂସ୍କାର ଏବଂ ଅନ୍ଧବିଶ୍ୱାସର ଗଳିରେ ବସବାସ କରୁଛନ୍ତି। ଏହାକୁ ଦୂର କରିବାକୁ କେବଳ ଯେ ସରକାରୀ ନିତି ନିୟମ ସବୁକିଛି ନୁହେଁ। ଏଥିପାଇଁ ସାମାଜିକ ଏବଂ ପରିବାର ସ୍ତରରେ ଯେ ସଚେତନତାର ଆବଶ୍ୟକତା ରହିଛି ଏହାକୁ ପ୍ରମାଣିତ କରିଦେଖାଇଦେଇଛନ୍ତି ନୂଆପଡ଼ା ଜିଲ୍ଲା ସଦର ବ୍ଲକର ଏକ ମଫସଲି ସାଧାରଣ ଘରର ଝିଅ ଯଶୋଦାପାଣ୍ଡେ। ଜଣେ ୨୧ବର୍ଷିୟ ଝିଅ ଯଶୋଦା ଅତି ଛୋଟ ବୟସରୁ ନିଜ ଗାଁରେ ୧୫ଟି ବାଲ୍ୟବିବାହକୁ ରୋକିଥିବାବେଳେ ୧୧ଗୋଟି ପଞ୍ଚାୟତରେ ମୋଟ ୮୦ଗୋଟି ବାଲ୍ୟ ବିବାହକୁ ରୋକ ଲଗାଇ ସାମାଜିକ ସଂସ୍କାର ଆଣିପାରିଛନ୍ତି।

ଏଥିପାଇଁ ଗତ ୨୦୨୦ମସିହା ଡିସେମ୍ବର ୫ତାରିଖରେ ମିଳିତ ଜାତି ସଂଘ ଦ୍ୱାରା ଭି ଆୱାର୍ଡରେ ସମ୍ମାନୀତ ହୋଇଥିଲେ। ଏହିଭଳି ଜାତୀୟ କ୍ରିଡା ମନ୍ତ୍ରୀ କିରନ ରିଜୋଜୁ ମଧ୍ୟ ପୁରସ୍କୃତ କରିଥିଲେ। ଜିଲ୍ଲା ସଦର ମହକୁମାଠାରୁ ମାତ୍ର ୧୦କିମି ଦୂର ଡୁମେରପାଣି ପଚନାୟତର ହଳଦୀ ଗାଁର ବାପା ରୂପସିଂ ଏବଂ ମାଆ କମଳାବାଇଙ୍କ ଦ୍ୱିତୀୟ କନ୍ୟା ଯଶୋଦା। ସ୍ଥାନୀୟ ନ୍ୟାସନାଲ କଲେଜରେ ଯୁକ୍ତ ତିନି ପାସ କରିଛନ୍ତି। ଅତି କ୍ଷୁଦ୍ର ଚାଷୀ ପରିବାରର ଯଶୋଦା ତାଙ୍କର କଲେଜ ପାଠ ପଢ଼ା ବେଳୁ ସମାଜ ସଂସ୍କାର ପ୍ରତି ବେଶ ତତ୍ପର ରହୁଛନ୍ତି। ପଡୋଶୀ ଘରର ଜଣେ ନାବାଳିକାଙ୍କ ବିବାହରୁ ତାଙ୍କ ଭିତରେ ଏକ ଆନ୍ଦୋଳନର ସୂତ୍ରପାତ ହୁଏ। ସେହି ଦିନଠାରୁ ଏହି ଅନଚଳରୁ ବାଲ୍ୟ ବିବାହ ପ୍ରଥା ଉପରେ ଅଙ୍କୁଶ ଲଗାଇବାକୁ କମର କସିଥିଲେ। ଧିରେ ଧିରେ ସ୍ଥାନୀୟ ଦୁଇଗୋଟି ସ୍ୱେଚ୍ଛାସେବୀ ସଂଗଠନ ଆଶା ଓଡ଼ିଶା ଏବଂ ସେଭ ଦିନ ଚିଲଡ୍ରେନର ସହାୟତାରେ ଗାଁରେ ଗୋଟିଏ ସଂଗଠନ ଝାନସୀରାଣୀ ୟୁବତି ସଂଘ ଗଠନ କରିଥିବାବେଳେ ବ୍ଲକ ସ୍ତରରେ ଅନନ୍ୟା ଗାର୍ଲସ ଫେଡେରେସନ ଗଠନ କରି ବାଲ୍ୟ ବିବାହ ରୋକିବାରେ ଏକ ବିପ୍ଲବ ସୃଷ୍ଟି କରିଥିଲେ। ୨୦୧୭ରୁ ୨୦୨୦ ମଧ୍ୟରେ ନିଜ ଗାଁରେ ବିଭିନ୍ନ ସାମାଜିକ କଟକଣାକୁ ଭେଦ କରି ୧୫ଗୋଟି ବିବାହ ବନ୍ଦ କରିପାରିଥିଲେ। ଏହିଭଳି ବ୍ଲକ ବ୍ୟାପି ୮୦ଟି ବିବାହରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ। ଜଣେ ଝିଅ ଭାବରେ ଏବେବି କିଶୋରୀ ବାଳିକାମାନଙ୍କୁ ନେଇ ମାସକ ଦୁଇ ତିନି ଥର ବୈଠକ କରି ସଚେତନତା କରୁଛନ୍ତି। ସତରେ ସେ ବାଲ୍ୟ ବିବାହ ରୋକିବାରେ ଏକ ମିଶାଇଲ ସଦୃଶ ଛିଡା ହୋଇଛନ୍ତି।

Leave A Reply

Your email address will not be published.