ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗଣତନ୍ତ୍ର ଦିବସରେ ଦିଲ୍ଲୀରୁ ଶୁଭିବ ଓଡ଼ିଆ ଝିଅ ସୋନାଲି ସାହୁଙ୍କ କମାଣ୍ଡ୍

ଭୁବନେଶ୍ୱର: ଗଣତନ୍ତ୍ର ଦିବସରେ ଦିଲ୍ଲୀରୁ ଶୁଭିବ ଓଡ଼ିଆ ଝିଅର କମାଣ୍ଡ୍ । ଦେଶର ଭବିଷ୍ୟତ ଯୋଦ୍ଧାର ଗର୍ଜନ ଶୁଣିବ ଶତ୍ରୁ ଦେଶ । ଓଡ଼ିଶା ପାଇଁ ଗର୍ବ ଓ ଗୌରବ ସାଜିଛନ୍ତି ପାଇକ ମାଟିର ଝିଅ ସୋନାଲି ସାହୁ । ଦିଲ୍ଲୀ ଗଣତନ୍ତ୍ର ଦିବସ ପରେଡରେ ଏନସିସି ବାଳିକା ବିଭାଗର ନେତୃତ୍ବ ନେଉଛନ୍ତି ଖୋର୍ଦ୍ଧାର ସୋନାଲି। ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ଏନସିସି କ୍ୟାଡ଼େଟ୍ ସୋନାଲି ସାହୁ । ଚଳିତବର୍ଷ କର୍ତ୍ତବ୍ୟପଥ ଗଣତନ୍ତ୍ର ଦିବସ ପରେଡ଼ରେ ସର୍ବଭାରତୀୟ ଏନସିସି ବାଳିକା କଣ୍ଟିଜେଣ୍ଟର ନେତୃତ୍ୱ ନେବା ପାଇଁ ସେ ଯୋଗ୍ୟ ବିବେଚିତ ହୋଇଛନ୍ତି।

୧୪୮ଜଣିଆ ଏନସିସିର ବାଳିକା କଣ୍ଟିଜେଣ୍ଟର କମାଣ୍ଡିଂ ଭୂମିକାରେ ସେ ଦାୟିତ୍ୱ ତୁଲାଉଛନ୍ତି । କର୍ତ୍ତବ୍ୟପଥରେ ବାଳିକା ଏନସିସି କଣ୍ଟିଜେଣ୍ଟର ନେତୃତ୍ୱ ନେବାର ସ୍ୱପ୍ନସାକାର ହୋଇଥିବାରୁ ଏହା ତାଙ୍କ ପାଇଁ ଗର୍ବର ବିଷୟ ବୋଲି ସୋନାଲି କହିଛନ୍ତି । ଅତ୍ୟନ୍ତ କଠିନ ଏବଂ କଷ୍ଟସାଧ୍ୟ ଚୟନ ପ୍ରକ୍ରିୟାରେ କର୍ତ୍ତବ୍ୟପଥ ପରେଡ ପାଇଁ ୧୪୮ଜଣ ବାଳିକା କ୍ୟାଡେଟଙ୍କୁ ଚୟନ କରାଯାଇଛି । ଏଥିରେ ଓଡ଼ିଶା ଏନସିସି ନିର୍ଦ୍ଦେଶାଳୟରୁ ସୋନାଲି ସାହୁଙ୍କ ସମେତ ୯ଜଣ ବାଳିକା ସାମିଲ ହୋଇଛନ୍ତି ।

ଜାନୁଆରୀ ୫ ତାରିଖରୁ ସୋନାଲିଙ୍କ ନେତୃତ୍ୱରେ ୧୪୮ ଜଣ ବାଳିକା କ୍ୟାଡେଟ୍ କର୍ତ୍ତବ୍ୟପଥରେ ଅଭ୍ୟାସ ଜାରି ରଖିଛନ୍ତି । ଖୋର୍ଦ୍ଧା ପ୍ରାଣନାଥ କଲେଜରେ ସାଇକୋଲୋଜି ଅନର୍ସରେ ଅଧ୍ୟୟନ କରୁଥିବା ଗୁରୁଜଙ୍ଗ ଗାଁର ସୋନାଲି କର୍ତ୍ତବ୍ୟପଥରେ ବାଳିକା କଣ୍ଟିଜେଣ୍ଟର ନେତୃତ୍ୱ ନେବା ତାଙ୍କର ଏକ ବିଶେଷ ଅଭିଜ୍ଞତା ହେବ ବୋଲି କହିଛନ୍ତି । ଏହାର ଶ୍ରେୟ ସେ ବାପା, ମାଆ, ସାଂଗସାଥୀ, ପରିବାରବର୍ଗ ଓ ବିଶେଷ କରି କଲେଜର ଏନସିସି ଶିକ୍ଷକ ଲେଫ୍ଟନାଣ୍ଟ କର୍ଣ୍ଣେଲ ବିକାଶ ମଣ୍ଡଳଙ୍କୁ ଦେଇଛନ୍ତି।

Leave A Reply

Your email address will not be published.