ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦୈନିକ ଖବରକାଗଜ ‘ସକାଳ’ର ଦ୍ବିତୀୟ ସ୍ବନକ୍ଷତ୍ର ଉପଲକ୍ଷେ ଆୟୋଜିତ ମିନି ମାରାଥନରେ ସମର୍ଥନ ସାଉଣ୍ଟିଲା ଓଡ଼ିଆ ଫିଲ୍ମ ‘ପ୍ରତୀକ୍ଷା’

ହସାଇ ହସାଇ ବେଦମ କରାଇଲେ ପପୁ ପମ୍‌ପମ୍‌

ଭୁବନେଶ୍ବର: ଆଜି ଦୈନିକ ଖବରକାଗଜ ‘ସକାଳ’ର ଦ୍ବିତୀୟ ସ୍ବନକ୍ଷତ୍ର ଦିବସ । ଏହି ଅବସରରେ ସଚେତନତାର ବାର୍ତ୍ତା ନେଇ ଦୌଡିଛି ସାରା ଓଡ଼ିଶା । ବିଶ୍ବ ଏଡସ ଦିବସ ଓ ଦୈନିକ ଖବରକାଗଜ ‘ସକାଳ’ର ଦ୍ବିତୀୟ ସ୍ବନକ୍ଷତ୍ର ଅବସରରେ ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ୯ଟି ସହରରେ ଅନୁଷ୍ଠିତ ହୋଇଥିଲା ମିନି ମାରାଥନ । ଭୁବନେଶ୍ବରରେ ଶିଶୁଭବନ ଛକରୁ ଏକାମ୍ର ହାଟ ଯାଏ ଦୌଡ଼ିଥିଲେ ଶହଶହ ସାଧାରଣଲୋକ । ଭୁବନେଶ୍ବର ଡିସିପି ପ୍ରତୀକ ସିଂ ପତାକା ଦେଖାଇ ମିନି ମାରାଥନର ଶୁଭ ଉଦଘାଟନ କରିଥିଲେ । ଏହାପରେ ଏକାମ୍ର ହାଟରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ରାଜଧାନୀରେ ଆୟୋଜିତ ମାରାଥନରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା ଓଡିଆ ସିନେମା ଜଗତ । ଫିଲ୍ମ ‘ପ୍ରତୀକ୍ଷା’ର ଟିମ ପହଞ୍ଚି ପ୍ରମୋସନ କରିବା ସହ ଜନସାଧାରଣଙ୍କ ସମର୍ଥନ ଲୋଡିଥିଲେ । ସେହିପରି କମେଡିଆନ ପପୁ ପମପମ୍‌ ମାରାଥନରେ ଯୋଗ ଦେଇ ପ୍ରତିଯୋଗୀଙ୍କ ମନୋବଳ ବଢାଇବା ସହ ହସାଇ ହସାଇ ବେଦମ କରାଇଥିଲେ ।

ଭୁବନେଶ୍ବର, କଟକ ଓ ବ୍ରହ୍ନପୁର ସମେତ ରାଜ୍ୟର ୯ଟି ସହରରେ ଆୟୋଜିତ ହୋଇଥିଲା ମିନି ମାରାଥନ୍ । ମାରାଥନରେ ଯୋଗଦେଇ ପୁରୁଷ ବିଭାଗରେ ପ୍ରଥମ ସ୍ଥାନ ଅଧିକାରୀ କରିଛନ୍ତି ଲକ୍ଷ୍ମଣ ପୃଷ୍ଟି, ଦ୍ବିତୀୟରେ ଶୁଭମ ବେହେରା ଓ ତୃତୀୟ ସ୍ଥାନରେ ସାଗର ଭୋଇ ରହିଛନ୍ତି । ସେହିପରି ମହିଳା ବିଭାଗରେ ପ୍ରଥମ ସ୍ଥାନ ବାସନ୍ତି ମଣ୍ଡିଆ ଓ ଦ୍ବିତୀୟ ସ୍ଥାନ ଅକ୍ତିଆର କରିଥିବା ମାମିନା ମୁର୍ମୁଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ଗଣଦୌଡ଼ରେ ଶହଶହ ସାଧାରଣ ଲୋକଙ୍କ ସହିତ ନେତା ଓ ସେଲିବ୍ରିଟି ଯୋଗଦେଇଥିଲେ ।

Leave A Reply

Your email address will not be published.