ବିଶ୍ୱ ଏଡସ୍ ଦିବସ ଅବସରରେ ରାଜ୍ୟର ୯ଟି ସହରରେ ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ ପକ୍ଷରୁ ମାରାଥନ୍ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଘରେ ଘରେ ପରିଚିତ ଓଡ଼ିଆ ଦୈନିକ ଖବରକାଗଜ ‘ସକାଳ’ର ପ୍ରଥମ ସ୍ୱନକ୍ଷତ୍ର ଅବସରରେ ଆୟୋଜିତ ହେବ ମାରାଥନ୍ କାର୍ଯ୍ୟକ୍ରମ । ଓଡ଼ିଆ ଦୈନିକ ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ ପକ୍ଷରୁ ଡିସେମ୍ବର ୧ ତାରିଖ ବିଶ୍ୱ ଏଡସ୍ ଦିବସ ଅବସରରେ ମାରାଥନ୍ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ରାଜ୍ୟର ୯ଟି ସହରରେ ସୁସ୍ଥ ଓଡ଼ିଶା ଗଠନ ପାଇଁ ଦୌଡ଼ିବେ ଜନତା । ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର, ଜୟପୁର, ସମ୍ବଲପୁର, ରାଉରକେଲା, ବାଲେଶ୍ୱର ଓ ଅନୁଗୁଳରେ ଏକକାଳୀନ ମାରାଥନ୍ ଆୟୋଜିତ ହେବ । ଡିସେମ୍ବର ୧ ତାରିଖ ସକାଳ ୬ଟା ୩୦ରେ ମାରଥନ୍ ହେବ ।

odia-daily-sakala-and-nandighoshatv-hosting-marathon-on-the-occasion-of-world-aids-day

୧୯୮୯ ମସିହାରେ ଏଚଆଇଭି ଏଡସର ପ୍ରଥମ ମାମଲା ଆସିଥିଲା । ସେବେଠୁ ଆଜି ଯାଏଁ ୪ ଦଶନ୍ଧି ମଧ୍ୟରେ ପ୍ରାୟ ୨୫ ମିଲିୟନ୍ ଲୋକଙ୍କ ଜୀବନ ନେଇଛି ମହାମାରୀ ଏଡସ୍ । ଚଳିତବର୍ଷ ଏଡସ୍ ଡେର ଥିମ୍ ରହିଛି ‘ମହାମାରୀ ଏଚଆଇଭିର ଶେଷ: ସମସ୍ତଙ୍କୁ ସୁଯୋଗ, ସମସ୍ତଙ୍କ ସ୍ୱର’ । ଆଜିକା ଦିନରେ ଲକ୍ଷ ଲକ୍ଷ ଏଚଆଇଭି ସଂକ୍ରମିତଙ୍କୁ ଆବଶ୍ୟକ ଚିକିତ୍ସା ମିଳିପାରୁ ନାହିଁ ।

ଏଚଆଇଭି ଏକ ପୁରୁଣା ମାରାତ୍ମକ ରୋଗ । ଯାହା ହ୍ୟୁମାନ୍ ଇମ୍ୟୁନଡେଫିସିଏନ୍ସି ଭାଇରସ୍ ଯୋଗୁଁ ବ୍ୟାପେ, ଯାହାକୁ ଏଚଆଇଭି କୁହାଯାଏ । ଏହା ମୁଖ୍ୟତଃ ଅସୁରକ୍ଷିତ ଯୌନ ସମ୍ପର୍କ ଯୋଗୁଁ ସଂକ୍ରମିତ ରକ୍ତ, ସଂକ୍ରମିତ ମାଆ ଠାରୁ କ୍ଷୀର ଖାଉଥିବା ଛୁଆକୁ ଏବଂ ସଂକ୍ରମିତ ଛୁଞ୍ଚି ଦ୍ୱାରା ବ୍ୟାପି ଥାଏ । ୨୦୨୦ ସୁଦ୍ଧା ମୋଟ ୩୭.୭ ମିଲିୟନ ଲୋକ ଏଚଆଇଭି ଦ୍ୱାରା ସଂକ୍ରମିତ ହୋଇଛନ୍ତି । ସେଥିମଧ୍ୟରୁ ୧.୫ ମିଲିୟନ ନୂତନ ସଂକ୍ରମିତ । ୨୦୨୦ ମସିହାରେ ଏଚଆଇଭିରେ ୬ ଲକ୍ଷ ୮୦ ହଜାର ଜଣଙ୍କ ମୃତ୍ୟୁ ହୋଇଛି ।

Leave a comment