ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦୈନିକ ଖବରକାଗଜ ‘ସକାଳ’ର ଦ୍ବିତୀୟ ସ୍ବନକ୍ଷତ୍ର ଦିବସ ଉପଲକ୍ଷେ ସଚେତନତାର ବାର୍ତ୍ତା ନେଇ ଦୌଡିଲା ସାରା ଓଡିଶା

ଭୁବନେଶ୍ବର: ଆଜି ଦୈନିକ ଖବରକାଗଜ ‘ସକାଳ’ର ଦ୍ବିତୀୟ ସ୍ବନକ୍ଷତ୍ର ଦିବସ । ଏହି ଅବସରରେ ସଚେତନତାର ବାର୍ତ୍ତା ନେଇ ଦୌଡିଲା ସାରା ଓଡ଼ିଶା । ବିଶ୍ବ ଏଡସ ଦିବସ ଓ ଦୈନିକ ଖବର କାଗଜ ‘ସକାଳ’ର ଦ୍ବିତୀୟ ସ୍ବନକ୍ଷତ୍ର ଦିବସ ଉପଲକ୍ଷେ ରାଜଧାନୀ ଭୁବନେଶ୍ବର ସମେତ କଟକ, ବ୍ରହ୍ନପୁର, ପୁରୀ, ବାଲେଶ୍ୱର, ରାଉରକେଲା, ଅନୁଗୁଳ, ଜୟପୁର ଓ ସମ୍ବଲପୁର ସହରରେ ଆୟୋଜିତ ହୋଇଛି ମାରାଥନ୍ । ଗଣଦୌଡ଼ରେ ଶହଶହ ସାଧାରଣ ଲୋକଙ୍କ ସହିତ ନେତା ଓ ସେଲିବ୍ରେଟି ଯୋଗଦେଇଛନ୍ତି ।

Mini Marathan Sakala

ପାଠକଙ୍କ ପ୍ରିୟ ବହୁଳ ପ୍ରସାରିତ ‘ସକାଳ’ର ସ୍ୱନକ୍ଷତ୍ର ଅବସରରେ ଜନସଚେତନତା ସୃଷ୍ଟି ପାଇଁ ଏହି ମିନି ମାରାଥନ ଦୌଡ଼ ଆୟୋଜନ କରାଯାଇଥିଲା । ପାଦରେ ପାଦ ମିଶାଇ ଧାଇଁଲା ସାରା ଓଡ଼ିଶା । ସକାଳ ୬.୩୦ରେ ମିନି ମାରାଥନ ଆରମ୍ଭ ହୋଇଥିଲା । ପ୍ରତିଯୋଗୀମାନେ ସକାଳ ୫.୩୦ରୁ ବହୁଳ ମାତ୍ରାରେ ପଞ୍ଜିକରଣ କରି ମାରାଥନରେ ଭାଗ ନେଇଥିଲେ । ରାଜଧାନୀ ଭୁବନେଶ୍ୱରର ଶିଶୁଭବନ ଛକରୁ ଗଣଦୌଡ଼ ଆରମ୍ଭ ହୋଇ ଏକାମ୍ର ହାଟରେ ଶେଷ ହୋଇଥିଲା ।

ସତର୍କତା ଓ ସଚେତନତା ହିଁ ଏଡସ୍‌ ଓ କରୋନା ମହାମାରୀ ବିରୋଧରେ ଲଢିବାର ବଡ଼ ଅସ୍ତ୍ର । ଏହାକୁ ପାଥେୟ କରି ବିଶ୍ୱ ଏଡସ ଦିବସ ଅବସରରେ ମିନି ମାରାଥନର ଆୟୋଜନ କରିଛି ‘ସକାଳ’ ଓ ନନ୍ଦିଘୋଷ ଟିଭି ।

Leave A Reply

Your email address will not be published.