ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆସାମରେ ଡ୍ୟୁଟି ସମୟରେ ଓଡ଼ିଆ ବିଏସଏଫ ଯବାନ ସହିଦ

ନିରାକାରପୁର: ଆଜି ଆସାମ ସିଲିଗଂରେ କାର୍ଯ୍ୟରତ ଜଣେ ଓଡିଆ ବିଏସଏଫ ଯବାନ ସହିଦ ହୋଇଥିବା ଜଣାପଡିଛି। ସହିଦ ଯବାନ ଜଣଙ୍କ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ଅରାଚଂଳ ଗ୍ରାମର ଜୟପ୍ରକାଶ ମହାପାତ୍ର (କାଳିଆ )। ସୀମା ସୁରକ୍ଷା ବାହିନୀରେ କର୍ତ୍ତବ୍ୟରତ ଥିବାବେଳେ ଦୁର୍ଘଟଣା ଘଟି ସହିଦ ହୋଇଛନ୍ତି। ସେ ନୂଆ ଯବାନଙ୍କୁ ଗାଡ଼ି ଶିଖାଉଥିଲା ବେଳେ ଜଣେ ନୂଆ ଟ୍ରେନିଂ ନେଉଥିବା ଯୁବକ ଗାାଡ଼ିଧକ୍କାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଖବର ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଆସନ୍ତା କାଲି ତାଙ୍କର ପାର୍ଥିବ ମରଶରୀର ଗାଁରେ ପହଞ୍ଚିବ ବୋଲି ଜଣାପଡିଛି। ଜୟପ୍ରକାଶଙ୍କ ମୃତ୍ୟୁ ଖବର ପାଇ ତାଙ୍କର ପତ୍ନୀ ଓ ଏକମାତ୍ର କନ୍ୟା ଭାଙ୍ଗି ପଡିଛନ୍ତି। ତାଙ୍କର ଏକ ମାାତ୍ର ୧୬ ବର୍ଷର ଝିଅ ଏବେ ଦଶମ ପରୀକ୍ଷ ଦେଇଛି।

Leave A Reply

Your email address will not be published.