ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଷ୍ଟ୍ରପତିଙ୍କ ଦ୍ୱାରା ଅତି ବିଶିଷ୍ଟ ସେବା ସମ୍ମାନରେ ସମ୍ମାନିତ ହେଲେ ଓଡ଼ିଆ ବାୟୁସେନା ଅଧିକାରୀ ଦିଲ୍ଲୀପ ପଟ୍ଟନାୟକ

ନୂଆଦିଲ୍ଲୀ : ରାଜ୍ୟ ପାଇଁ ଏକ ଖୁସି ଖବର ଆଣିଛନ୍ତି ଜଣେ ଓଡ଼ିଆ ବାୟୁସେନା ଅଧିକାରୀ । ଓଡ଼ିଆ ବାୟୁସେନା ଅଧିକାରୀଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏୟାର ଭାଇସ୍ ମାର୍ଶାଇ ଦିଲ୍ଲୀପ ପଟ୍ଟନାୟକଙ୍କୁ ଅତି ବିଶିଷ୍ଟ ସେବା ମେଡାଲ ପ୍ରଦାନ କରାଯାଇଛି । ଗତ ମାସରେ ଦିଲ୍ଲୀପଙ୍କୁ ସମ୍ମାନଜନକ ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ଏୟାର କମାଣ୍ଡିଂ ଅଫିସର ଇନ୍ ଚିଫ୍ ପଦରେ ଅବସ୍ଥାପିତ କରାଯାଇଥିଲା ।

ସେ ଭାରତୀୟ ବାୟୁସେନାର ଫ୍ଲାଇଙ୍ଗ୍ ବ୍ରାଞ୍ଚରେ ୮ ଜୁନ୍ ୧୯୮୪ରୁ ଦେଶ ପାଇଁ ସେବା କରିଆସୁଛନ୍ତି ।ହାଇଅର ଏୟାର କମାଣ୍ଡ କୋର୍ସ କରିଛନ୍ତି । ଘଣ୍ଟାପ୍ରତି ୨ ହଜାର ୫୦୦ କିଲୋମିଟର ବେଗରେ ମିରାଜ ଓ ମିଗ୍-୨୧ ଉଡ଼ାଇବାର ରେକର୍ଡ ରହିଛି ତାଙ୍କ ନାଁରେ ।ସେ ରିମୋଟଲି ପାୟଲ ଟେଡ ଏୟାରକ୍ରାଫ୍ଟ (ଜଚଇ) ସ୍ବୀକୃତିପ୍ରାପ୍ତ ପାଇଲଟ । କମାଣ୍ଡିଂ ଅଫିସର ଭାବରେ ହେରନ ଓ ମାର୍କ-୨ ଏୟାରକ୍ରାଫ୍ଟକୁ ୮୦୦ ଘଣ୍ଟା ଉଡ଼ାଇବାର ଅଭିଜ୍ଞତା ରହିଛି । କାରଗିଲ ଅପରେସନ ସମୟରେ ଆକାଶରୁ ଭୂମିକୁ ଟାର୍ଗେଟ କରି ଗୁରୁତ୍ୱପୂର୍ଣ୍ଣ ଷ୍ଟ୍ରାଇକ କରିଥିଲେ । ଯେଉଁ ବୀରତା ପାଇଁ ତାଙ୍କୁ ବାୟୁ ସେନା ମେଡାଲରେ ସମ୍ମାନୀତ କରାଯାଇଥିଲା । ସେ ଏୟାର ଡିଫେନ୍ସ ଡାଇରେକ୍ସନ ଓ ଇଲୋକ୍ଟ୍ରୋନିକ ୱାର ଫେୟାର ରେଞ୍ଜ ସେଣ୍ଟର ନେତୃତ୍ବ ନେଇଛନ୍ତି ।

ସେ ଭୁବନେଶ୍ୱରର କେନ୍ଦ୍ରୀୟ ବିଦ୍ୟାଳୟ-୧ ଓ ଡିଏମ ସ୍କୁଲରୁ ଶିକ୍ଷା ଲାଭ କରିଥିଲେ । ୧୯୯୯ର କାରଗିଲ ଯୁଦ୍ଧରେ ସାହସିକତା କାର୍ଯ୍ୟ ପାଇଁ ତାଙ୍କୁ ବାୟୁ ସେନା ମେଡାଲ ମଧ୍ୟ ପ୍ରଦାନ କରାଯାଇଥିଲା । ସେ ଗତ ୧୯୮୪ ମସିହା ଜୁନ ୮ ତାରିଖରେ ଇଣ୍ଡିଆନ ଏୟାର ଫୋର୍ସରେ ଫାଇଟର ଷ୍ଟ୍ରିମରେ ନିଯୁକ୍ତି ପାଇଥିଲେ । ସୂଚନାଯୋଗ୍ୟ ଯେ, ଆଜି ରାଷ୍ଟ୍ରପତି ଗ୍ରୁପ କ୍ୟାପ୍ଟେନ ଅଭିନନ୍ଦନ ଭର୍ଥମାନଙ୍କୁ ବୀର ଚକ୍ର ସମ୍ମାନରେ ମଧ୍ୟ ସମ୍ମାନ କରିଛନ୍ତି । ମରଣୋତ୍ତର ଭାବେ ସାପର ପ୍ରକାଶ ଯାଧବଙ୍କୁ କୀର୍ତ୍ତି ଚକ୍ର, ମେଜର ବିଭୂତି ଶଙ୍କର ଧଉଣ୍ଡିଆଲଙ୍କୁ ଶୌର୍ୟ୍ୟ ଚକ୍ର, ନାଏବ ସୁବେଦାର ସୋମ୍ବିରଙ୍କୁ ଶୌର୍ଯ୍ୟ ଚକ୍ର ମେଡାଲ ପ୍ରଦାନ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଇଷ୍ଟର୍ଣ୍ଣ ଆର୍ମି କମାଣ୍ଡର ଅନିଲ ଚୌହାନ, ଇଞ୍ଜିନିୟର ଇନ୍ ଚିଫ ହରପାଲ ସିଂ, ଭାଇସ୍ ଆଡମିରାଲ ଅନିଲ ଚାୱଲାଙ୍କୁ ପରମ ବିଶିଷ୍ଟ ସେବା ମେଡାଲ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.