ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରକାଶ ପାଇଲା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ଫଳ: ଟପ୍ ୧୦ରେ ୭ପୁରୁଷ ୩ ମହିଳା, ମୋଟ ୧୫୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ

ଭୁବନେଶ୍ୱର: ପ୍ରକାଶ ପାଇଲା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ଫଳ (OAS) । ୨୦୧୯ OAS ପରୀକ୍ଷାରେ ଟପ୍ପର ହୋଇଛନ୍ତି ଅଶ୍ୱିନୀ କୁମାର ପଣ୍ଡା । ୨୫ ହଜାର ୭୮୦ ଜଣ ପରୀକ୍ଷା ଦେଇଥିବା ବେଳେ ୧୮ ଶହ ୮୦ ଜଣ ଲିଖିତ ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ସେଥିରୁ ୧୬ ଶହ ୧୦ ଜଣ ପରୀକ୍ଷା ଦେଇଥିଲେ । ଯେଉଁଥିରୁ ମୋଟ ୧୫୩ ଜଣ କୃତକାର୍ଯ୍ଯ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୬ ଜଣ ମହିଳା ଅଛନ୍ତି । ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୭ଜଣ ପୁରୁଷ ଓ ୩ ଜଣ ମହିଳା ଅଛନ୍ତି । ଦ୍ୱିତୀୟରେ ଅଙ୍କୁର ଅଭିଳାଷ, ତୃତୀୟରେ ରଶ୍ମିରେଖା ପାତ୍ର ଥିବା ବେଳେ ଚତୁର୍ଥ, ପଞ୍ଚମ ସ୍ଥାନରେ ସୌମ୍ୟରଞ୍ଜନ ପ୍ରଧାନ ଓ ସିଦ୍ଧେଶ୍ୱର ନାୟକ ରହିଛନ୍ତି।

 

Leave A Reply

Your email address will not be published.