ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଣି ଟ୍ରାକକୁ ଫେରୁଛି ଓଡ଼ିଆ ସିନେମା: ହିନ୍ଦୀରେ ରିମେକ୍ ହେବ ଓଡିଆ ସିନେମା ‘ପ୍ରତୀକ୍ଷା’

ଭୁବନେଶ୍ବର: ହିନ୍ଦୀରେ ରିମେକ୍ ହେବ ଓଡିଆ ସିନେମା ପ୍ରତୀକ୍ଷା । ଦମନ ପରେ ଆଉ ଏକ ଓଡିଆ ଫିଲ୍ମ ପ୍ରତିକ୍ଷାକୁ ନେଇ ନୂଆ ସମ୍ଭାବନା ଦେଖିବାକୁ ମିଳିଛି । ପ୍ରତିକ୍ଷାର ହିନ୍ଦୀ ରିମେକର ପ୍ରଯୋଜନା କରିବେ ବଲିଉଡର ଭେଟେରାନ କଳାକାର ଅନୁମପ୍ ଖେର । ଏଥିସହିତ ନିଜେ ମଧ୍ୟ ଫିଲ୍ମରେ ବାପା ଭୂମିକାରେ ଅଭିନୟ କରିବେ ବୋଲି ସେ ଘୋଷଣା କରିଛନ୍ତି ।

ଗୋଆରେ ୫୩ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଚାଲିଛ । ଏହି ଫିଲ୍ମ ଦେଖୁଥିଲେ ବଲିଉଡ ଅଭିନେତା ଅନୁପମ ଖେର୍। ଫିଲ୍ମଟି ରିଲିଜ୍ ପୂର୍ବରୁ ଢେର୍ ପ୍ରଂଶସା ସାଉଁଟିଛି ଓଡ଼ିଆ ଫିଲ୍ମ ପ୍ରତୀକ୍ଷା । ଗୋଆରେ ପ୍ରଦର୍ଶିତ ହୋଇ ଜୁରୀଙ୍କ ପ୍ରଶଂସା ଗୋଟାଇଛି ଫିଲ୍ମ ପ୍ରତିକ୍ଷା । ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ସହ ରିମେକ ପାଇଁ ଅନୁବନ୍ଧିତ ହେଲେ ଅନୁପମ ଖେର ।

Leave A Reply

Your email address will not be published.