ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୭୦ କୋଟିରେ ନିଲାମ ହେଲା ନମ୍ବର ପ୍ଲେଟ୍

ନୂଆଦିଲ୍ଲୀ: ଦୁବାଇରେ ‘ମୋଷ୍ଟ ନୋବଲ ନମ୍ବର୍ସ’ ଦାତବ୍ୟ ନିଲାମ ପ୍ରକ୍ରିୟାରେ ବିଶ୍ବର ତୃତୀୟ ବ୍ୟୟବହୁଳ ‘ନମ୍ବର ପ୍ଲେଟ୍‌’ ୭୦ କୋଟି ଟଙ୍କାରେ ନିଲାମ ହୋଇଛି। ଏକ ଅଙ୍କବିଶିଷ୍ଟ ନମ୍ବର ପ୍ଲେଟ୍‌ ‘ଏଏ୮’ ନିଲାମରୁ ଭାରତୀୟ ମୁଦ୍ରା ହିସାବରେ ୭୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଆୟ ହୋଇଛି। ଗତବର୍ଷ ‘ଏଏ୯’ ନମ୍ବର ପ୍ଲେଟ୍‌ ୭୯ ‌କୋଟିରୁ ଊର୍ଦ୍ଧ୍ବ ଟଙ୍କାରେ ନିଲାମ ହୋଇଥିଲା। ‘ୱାନ୍‌ ବିଲିୟନ୍‌ ମିଲସ୍‌’ ଅଭିଯାନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏଭଳି ନିଲାମ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ୫୦ରୁ ଊର୍ଦ୍ଧ୍ବ ଦେଶର ଅସୁରକ୍ଷିତ ସମାଜଙ୍କୁ ଆହାର ଯୋଗାଇ ଦିଆଯିବାର ଲକ୍ଷ୍ୟ ରଖାଯାଇଛି। ଦୁବାଇସ୍ଥିତ ଏମିରେଟସ ଅକ୍ସନ୍‌ ଆଣ୍ଡ ରୋଡସ ଆଣ୍ଡ ଟ୍ରାନ୍ସପୋର୍ଟ କର୍ତ୍ତୃପକ୍ଷଙ୍କ ଦ୍ବାରା ଏହି ନିଲାମ ଆୟୋଜିତ କରାଯାଇଥିଲା ବେଳେ ଉକ୍ତ ନମ୍ବର ପ୍ଲେଟ୍‌ କିଣିବାକୁ ତୀବ୍ର ପ୍ରତିଦ୍ବନ୍ଦ୍ବିତା ହୋଇଥିଲା।

Leave A Reply

Your email address will not be published.