ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦେଶରେ ବଢୁଛି ଭୋକିଲାଙ୍କ ସଂଖ୍ୟା, ପାକିସ୍ତାନ ଓ ବାଂଲାଦେଶ ଠାରୁ ବି ପଛରେ ଭାରତ

ନୂଆଦିଲ୍ଲୀ : ଦେଶରେ ବଢୁଛି ଭୋକିଲାଙ୍କ ସଂଖ୍ୟା। କରୋନା ମହାମାରୀ ପରେ ଦେଶର ସ୍ଥିତି ଆହୁରି ବିଗିଡିବାରେ ଲାଗିଛି। ଭୋକିଲା ତାଲିକାରେ ଆହୁରି ତଳକୁ ଖସିଛି ଭାରତ। ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ (ଜିଏଚଆଇ)ରେ ଭାରତର ସ୍ଥିତି ବେଶ୍‌ ଚିନ୍ତାଜନକ ରହିଛି। ସାରା ବିଶ୍ୱର ୧୧୬ ଦେଶକୁ ନେଇ କରାଯାଇଥିବା ଏହି ରିପୋର୍ଟରେ ଭାରତର ସ୍ଥାନ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ଥିବା ଜଣାପଡିଛି । ୧୦୧ତମ ସ୍ଥାନକୁ ଖସି ଆସିଛି ଦେଶ। ପୂର୍ବବର୍ଷ ଅର୍ଥାତ ୨୦୨୦ ରେ ୯୪ତମ ସ୍ଥାନରେ ଥିବା ଭାରତ ଆହୁରି ୭ଟି ସ୍ଥାନ ତଳକୁ ଖସିଯାଇଥିବା ଜଣାପଡିଛି । ଏପରିକି ନିଜ ପଡୋଶୀ ରାଷ୍ଟ୍ର ବାଂଲରାଦେଶ, ପାକିସ୍ତାନ ଓ ନେପାଳ ଠାରୁ ମଧ୍ୟ ଭାରତ ପଛରେ ଥିବା ଜଣାପଡିଛି। ତାଲିକାର ୭୬ ନମ୍ବରରେ ନେପାଳ ଓ ବାଂଲାଦେଶ, ୭୧ରେ ମିଆଁମାର, ୯୨ରେ ପାକିସ୍ତାନ ରହିଛି।

ଚଳିତ ବର୍ଷର ରିପୋର୍ଟକୁ ଦେଖିଲେ ବିଶ୍ୱର କେବଳ ୧୫ଟି ଦେଶ ଭାରତ ପଛକୁ ଥିବା ଜଣାପଡିଛି। ଅର୍ଥାତ୍ ଏହି ଦେଶମାନଙ୍କର ସ୍ଥିତି ଭାରତଠାରୁ ବି ଖରାପ। ସେହି ଦେଶମାନେ ହେଲେ ପୁପୁଆନ୍ୟୁଗିନି (୧୦୨), ଆଫଗାନିସ୍ତାନ ଓ ନାଇଜେରିଆ(୧୦୩), କଙ୍ଗୋ(୧୦୫), ମୋଜାମ୍ବିକ୍(୧୦୬), ସିଏର୍ରାଲିଓନି(୧୦୬), ମୋର-ଲେଷ୍ଟେ(୧୦୮), ହାଇତି (୧୦୯), ଲିବେରିଆ(୧୧୦), ମାଡାଗାସ୍କାର(୧୧୧), ଡେମୋକ୍ରାଟିକ୍ ରିପବ୍ଲିକ୍‌ ଅଫ୍ କଙ୍ଗୋ (୧୧୨), ଚାଡ(୧୧୩), ସେଣ୍ଟ୍ରାଲ ଅଫ୍ରିକାନ ରିପବ୍ଲିକ୍ (୧୧୪), ୟେମେନ(୧୧୫) ଓ ସୋମୋଲିଆ ତାଲିକାର ୧୧୬ ନମ୍ବର ସ୍ଥାନରେ ରହିଛି।

ଆୟର୍ଲାଣ୍ଡର ଏକ ସଂସ୍ଥା କନ୍ସର୍ନ ୱାର୍ଲ୍ଡଓ୍ବାଇଡ୍ ଏବଂ ଜର୍ମାନ ସଂଗଠନ ୱେଲ୍ଟ ହଙ୍ଗର ହିଲଫ ଦ୍ବାରା ମିଳିତ ଭାବେ ପ୍ରସ୍ତୁତ ହୋଇଥିବା ଏହି ତାଲିକାରେ ଭାରତରେ କ୍ଷୁଧା ସ୍ତରକୁ ‘ଉଦବେଗଜନକ’ ବୋଲି କୁହାଯାଇଛି । ୫ରୁ କମ୍‌ ସ୍କୋର୍‌ ହାସଲ୍‌ କରିଥିବା ଚୀନ୍‌, ବ୍ରାଜିଲ୍‌ ଏବଂ କୁଏତ୍‌ ସମେତ ୧୮ଟି ଦେଶ ‘ସୂଚକାଙ୍କ’ର ଶୀର୍ଷ ସ୍ତରରେ ଥିବା କଥା କ୍ଷୁଧା ଓ କୁପୋଷଣ ଉପରେ ଦୃଷ୍ଟି ରଖିଥିବା ‘ଗ୍ଲୋବାଲ୍‌ ହଙ୍ଗର୍‌ ଇଣ୍ଡେକ୍ସ୍‍’ େଓ୍ଵବ୍‌ସାଇଟ୍‌ ଗୁରୁବାର ଦିନ କହିଛି।

 

Leave A Reply

Your email address will not be published.