ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭିଜିଲାନ୍ସ ପଞ୍ଝାରେ ନୂଆପଡା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ

ନୂଆପଡ଼ା: ଭିଜିଲାନ୍ସ ପଞ୍ଝାରେ ନୂଆପଡ଼ା ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ ତ୍ରିଲୋଚନ ଧଳ । ସରକାରୀ ଗାଡ଼ିରେ ୨ ଲକ୍ଷ ୭୭ ହଜାର ଟଙ୍କା ନେଇ ନିଜ ଗାଁ କଟକ ଯାଉଥିବା ବେଳେ ହଠାତ୍ ମାଡ଼ିବସିଥିଲା ଭିଜିଲାନ୍ସ ଟିମ୍ । ଜବତ ଟଙ୍କାର ହିସାବ ଦେଇପାରି ନଥିଲେ ସିଡିଭିଓ ତ୍ରିଲୋଚନ ଧଳ । କୌଣସି ସୁତ୍ରରୁ ଖବର ପାଇ ରାତି ୨ ଟାରୁ ଛକି ବସିଥିଲା ଭିଜିଲାନ୍ସ ଟିମ୍ ।

ନୂଆପଡା ସ୍ଥିତ ସରକାରୀ ବାସଭବନ, କାର୍ଯ୍ୟାଳୟ ଓ କଟକ ନରାଜ ସ୍ଥିତ ପୈତୃକ ବାସଭବନରେ ଏକକାଳୀନ ରେଡ୍ ଚଳାଇଛି ଭିଜିଲାନ୍ସ ଟିମ୍ । କୋରାପୁଟ ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ୱରେ ରେଡରେ ସାମିଲ ଅଛନ୍ତି କଳାହାଣ୍ଡି ଓ ନୂଆପଡ଼ା ଭିଜିଲାନ୍ସ ଟିମ୍ । ବର୍ତ୍ତମାନ ସୁଦ୍ଧା ଚଢ଼ାଉରେ କେତେ ସମ୍ପତ୍ତି ମିଳିଛି ଓ କଣ ସବୁ ଜବତ ହୋଇଛି ସେନେଇ ଭିଜିଲାନ୍ସ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନାହିଁ ।

Leave A Reply

Your email address will not be published.