କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜେଇଇ ମେନ୍ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ : ଦେଶରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ପାଇଁ ଏପ୍ରିଲରେ ହେବାକୁ ଥିବା ୨୦୨୧ ଏପ୍ରିଲ ସେସନର ଯୁଗ୍ମ ପ୍ରବେଶିକା ପରୀକ୍ଷା, (ଜେଇଇ ମେନ୍)କୁ ସ୍ଥଗିତ ରଖାଯାଇଛି। ନେଇ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସୀ (NTA) ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ଏପ୍ରିଲ ୨୭, ୨୮ ଓ ୩୦ରେ ହେବାର ଥିଲା ପରୀକ୍ଷା । ବର୍ତ୍ତମାନ କରୋନା ସ୍ଥିତିରେ ପରୀକ୍ଷାର୍ଥୀ ଓ ପରୀକ୍ଷା ପରିଚାଳନାରେ ନିୟୋଜିତ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିର ରଖି ପ୍ରବେଶିକା ପରୀକ୍ଷା ସ୍ଥଗିତ ନିଷ୍ପତ୍ତି ହୋଇଛି । କେବେ ପରୀକ୍ଷା ହେବ ସେନେଇ ନିଷ୍ପତ୍ତି ହୋଇନି । ଯେବେ ପରୀକ୍ଷା ହେବ ତାର ୧୫ ଦିନ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ସୂଚନା ଦିଆଯିବ ବୋଲି NTA ପକ୍ଷରୁ କୁହାଯାଇଛି।

Leave a comment