ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟ୍ୱିଟର ବିବାଦ ପରେ ଏବେ ଫେସବୁକ ଏବଂ ଗୁଗୁଲର ପାଳି

ନୂଆଦିଲ୍ଲୀ: ଟ୍ୱିଟର ବିବାଦ ପରେ ଏବେ ଜବାବ ରଖିବେ ଫେସବୁକ୍ ଓ ଗୁଗୁଲ । ଆଜି ଆଇଟି ମନ୍ତ୍ରାଳୟର ଷ୍ଟାଣ୍ଡିଂ କମିଟି ଆଗରେ ହାଜର ହେବେ ଫେସବୁକ୍‌ ଓ ଗୁଗୁଲର ଅଧିକାରୀ । ଏହି ଦୁଇ ଆମେରିକୀୟ କମ୍ପାନୀର ଭାରତୀୟ ପ୍ରତିନିଧିଙ୍କୁ କଂଗ୍ରେସ ସାଂସଦ ଶଶୀ ଥରୁରଙ୍କ ନେତୃତ୍ୱାଧୀନ କମିଟି ଆଗରେ ହାଜର ହେବାକୁ କହିଛନ୍ତି କେନ୍ଦ୍ର ସରକାର । ସୋସିଆଲ ମିଡିଆ ୟୁଜରଙ୍କ ଅଧିକାର ଏବଂ ଅପବ୍ୟବହାର ବାବଦରେ ଷ୍ଟାଣ୍ଡିଂ କମିଟି ଆଗରେ ଜବାବ ରଖିବେ ୨ କମ୍ପାନୀର ଭାରତୀୟ ଅଧିକାରୀ । କେନ୍ଦ୍ର ସରକାର ବୈଠକ ବାବଦରେ ଏହି ଦୁଇ କମ୍ପାନୀର ଭାରତୀୟ ଅଧିକାରୀଙ୍କୁ ଅବଗତ କରାଇଛନ୍ତି । ଯେଉଁଥିରେ ସୋସିଆଲ ମିଡିଆର ୟୁଜରଙ୍କ ବ୍ୟକ୍ତିଗତ ତଥ୍ୟ କିଭଳି ଗୋପନୀୟ ରହିବ ଏବଂ ବିଭିନ୍ନ ପ୍ରକାର ଗୁଜବ ନ୍ୟୁଜକୁ ରୋକି ହେବ ସେ ନେଇ କମିଟି ପଚାରିବ । ଏଥିସହ ସମସ୍ତ ଆବଶ୍ୟକ ପ୍ରମାଣ ଦାଖଲ କରିବେ ଫେସବୁକ୍‌ ଓ ଗୁଗୁଲ ।

Leave A Reply

Your email address will not be published.