ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜେଲ୍‍ ଆମ୍ବୁଲାନ୍ସ ଡ୍ରାଇଭର ନିଯୁକ୍ତି ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର: ରାଜ୍ୟର ଏକାଧିକ ଜେଲ୍‍ରେ ମେଡ଼ିକାଲ ସୁବିଧା ରହିଛି। ହେଲେ ସେଠାରେ ଡାକ୍ତର ଏବଂ ଆବଶ୍ୟକୀୟ ମେଡ଼ିକାଲ ସୁବିଧା ନଥିବାରୁ ଗୁରୁତର ରୋଗୀଙ୍କୁ ଚିକିତ୍ସା କରିହେଉ ନାହିଁ। ବାଧ୍ୟ ହୋଇ ଅନ୍ୟ ମେଡିକାଲକୁ ନେବାକୁ ପଡୁଛି। କିନ୍ତୁ ଜେଲ୍‍ରେ ଥିବା ଆମ୍ବୁଲାନ୍ସ ଚଲାଇବାକୁ ମିଳୁନାହାନ୍ତି ଡ୍ରାଇଭର। ଯେଉଁଥି ପାଇଁ ଅନେକ ଜେଲ୍‍ରେ ଅଟୋ ଭଡ଼ା କରି ରୋଗୀଙ୍କୁ ହସ୍ପିଟାଲ ନିଆଯାଉଛି। ଅଟୋ ଖୋଜା ଖୋଜି କରିବାରେ ସମୟ ନଷ୍ଟ ହେବା ଦ୍ୱାରା ସଠିକ୍‍ ସମୟରେ ଗୁରୁତର କଏଦୀଙ୍କୁ ମେଡିକାଲ ପହଞ୍ଚାଯାଇ ପାରୁନି। ଯେଉଁଥି ପାଇଁ ତାଙ୍କର ମୃତ୍ୟୁ ଘଟୁଛି। ଦୁଇ ଦିନ ତଳେ ଏଭଳି ଘଟଣା ଝାରପଡ଼ା ଜେଲ୍‍ରେ ଦେଖିବାକୁ ମିଳିଥିଲା। ଝାରପଡ଼ା ଜେଲ୍‍ରେ ୫ବର୍ଷ ହେବ ରହୁଥିବା ବିଚାରାଧୀନ କଏଦୀ ମୀର ସହିରୁଦ୍ଦିନଙ୍କ ମୃତ୍ୟୁ ଘଟିଥିଲା। ଡ୍ରାଇଭର ନ ମିଳିବାରୁ ତାଙ୍କୁ ବିଳମ୍ବରେ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା ବୋଲି ଅଭିଯୋଗ ହୋଇଥିଲା। ରାଜ୍ୟର ବିଭିନ୍ନ ଜେଲ୍‍ରୁ ଏଭଳି ଘଟଣା ଆସିବା ପରେ ଜେଲ୍‍ ବିଭାଗର ଚେତା ପଶିଛି। ରାଜ୍ୟର ବିଭିନ୍ନ ଜେଲ୍‍ରେ ଡ୍ରାଇଭର ଅଭାବ ପୂରଣ କରିବା ପାଇଁ ଚେଷ୍ଟା କରାଯାଉଛି। ତେଣୁ ୧୬ଜଣ ଡ୍ରାଇଭର ନିଯୁକ୍ତି ନେଇ ଜେଲ୍‍ ବିଭାଗ ବିଜ୍ଞାପନ ପ୍ରକାଶ କରିଛି। ଏକ ବର୍ଷ ପାଇଁ ଡ୍ରାଇଭରଙ୍କ ନିଯୁକ୍ତି କରାଯିବ ବୋଲି ବିଜ୍ଞାପନରେ ଦର୍ଶାଯାଇଛି। ଜେଲ୍‍ ବିଭାଗର ୱେବ୍‍ସାଇଟ୍‍ରେ ଆବେଦନ କରିବାକୁ କୁହାଯାଇଛି।

Leave A Reply

Your email address will not be published.