ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବାଲେଶ୍ବରରେ ହେବ ନୋଟ୍ ପେପର ମିଲ୍, ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନୋଟ୍‌ ପେପର ଇଣ୍ଡିଆ ଏମଡ଼ି

ଭୁବନେଶ୍ୱର: ବାଲେଶ୍ୱରରେ ହେବ ନୋଟ୍ ପେପର ମିଲ୍। ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ବ୍ୟାଙ୍କ ନୋଟ୍‌ ପେପର ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ। ନବୀନ ପଟ୍ଟନାୟକଙ୍କୁ ଭେଟି ବାଲେଶ୍ୱରରେ ହେବାକୁ ଥିବା ପ୍ରକଳ୍ପ ବିଷୟରେ ଅବଗତ କରାଇଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ସହ ମିଶି ବାଲେଶ୍ୱରରେ ପ୍ରୋଜେକ୍ଟ କରିବ କମ୍ପାନୀ । ଗତକାଲି କ୍ଷେତ୍ର ପରିଦର୍ଶନ କରିଥିଲା ଆରବିଆଇ ଟିମ୍ । ଓ ନୋଟ୍ ମୁଦ୍ରାନ୍ ପ୍ରାଇଭେଟ ଲିମିଟେଡର ମିଳିତ ଉଦ୍ୟମରେ ଏହି କମ୍ପାନୀ ବାଲେଶ୍ୱରରେ ଏକ ବ୍ୟାଙ୍କ ନୋଟ୍ ମିଲ୍ ସ୍ଥାପନ କରିବା ପାଇଁ ୨୫୦୦ କୋଟି ଟଙ୍କା ବିନିଯୋଗ କରିବାକୁ ଯୋଜନା କରିଛି। ତେବେ ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ସମର୍ଥନ ଯୋଗାଇବା ସହ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରତିଶୃତି ଦେଇଛନ୍ତି। ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ସଚିବ ଭିକେ ପାଣ୍ଡିଆନ ଉପସ୍ଥିତ ଥିଲେ ।

Leave A Reply

Your email address will not be published.