ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଙ୍ଗଳସୂତ୍ର ନ ପିନ୍ଧିଲେ ପତିଙ୍କ ମାନସିକ ଉତ୍ପୀଡ଼ନ ହୋଇପାରେ: ମାଡ୍ରାସ ହାଇକୋର୍ଟ

ଚେନ୍ନଇ: ପତ୍ନୀ ମଙ୍ଗଳସୂତ୍ର ପିନ୍ଧିବା ଉଚିତ। ଏହା ନ ପିନ୍ଧିଲେ କିମ୍ବା କାଢ଼ିବା ଦ୍ୱାରା ପତିଙ୍କ ମାନିସକ ଉତ୍ପୀଡ଼ନ ହୋଇପାରେ। ମଙ୍ଗଳସୂତ୍ର ନ ପିନ୍ଧିବା ମାନସିକ କ୍ରୁରତାର ପରିଚୟ ଦେଉଛି । ଏପରି କରି ପତିଙ୍କ ଭାବାବେଗ ସହ ଖେଳାଯାଉଛି ବୋଲି ମାଡ୍ରାସ ହାଇକୋର୍ଟ କହିଛନ୍ତି । ମଙ୍ଗଳସୂତ୍ର ନ ପିନ୍ଧିବାକୁ ମଜଭୁତ ଆଧାର ମାନି କୋର୍ଟ ପତିଙ୍କୁ ଛାଡପତ୍ରକୁ ଅନୁମତି ଦେଇଛନ୍ତି ।

ଜଷ୍ଟିସ ଭି ଏମ ବେଲୁମଣି ଏବଂ ଜଷ୍ଟିସ ଏମ ସୌନ୍ଥରଙ୍କ ଖଣ୍ଡପୀଠ ଇରୋଡର ଏକ ମେଡିକାଲ କଲେଜର ପ୍ରଫେସର ସି ଶିବକୁମାରଙ୍କ ଛାଡପତ୍ର ମାମଲାର ଶୁଣାଣି କରି କହିଥିଲେ ଯେ ମହିଳାଙ୍କ ଗଳାରେ ଥିବା ମଙ୍ଗଳସୂତ୍ର ଏକ ପବତ୍ରି ସମ୍ପର୍କକୁ ସୂଚାଉଛି । ଏହା ବିବାହିତ ଜୀବନର ପବତ୍ରିତାକୁ ଦର୍ଶାଉଛି । ଏହାକୁ ପତିଙ୍କ ମୃତ୍ୟୁ ପରେ ହଟାଯାଇଥାଏ। ଏଭଳି ସ୍ଥିତିରେ ପତ୍ନୀ ମଙ୍ଗଳସୂତ୍ର ନ ପିନ୍ଧିଲେ ତାହାକୁ ପତିଙ୍କ ମାନିସକ କ୍ରୁରତା ଭାବେ ଧରାଯବି। ତେବେ ଆଶ୍ଚର୍ଯ୍ୟର ବିଷୟ ଯେ ୨୦୦୯ରେ ମାଡ୍ରାସ ହାଇକୋର୍ଟ ହିନ୍ଦୁ ବିବାହରେ ମଙ୍ଗଳସୂତ୍ର ଜରୁରୀ ନୁହେଁ ବୋଲି କହିଥିଲେ। ଅନ୍ୟପଟେ ଗୋଟିଏ କୋର୍ଟର ଅଲଗା ଅଲଗା ବିଚାରପତିଙ୍କ ଭିନ୍ନ ଭିନ୍ନ ରାୟକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି ।

Leave A Reply

Your email address will not be published.