ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

‘କେଜିଏଫ୍-୨’ ଆଇଟମ୍ ଗୀତରେ ନୋରା

ବଲିଉଡ୍‌ରେ ତାଙ୍କ ସ୍ବତନ୍ତ୍ର ନୃତ୍ୟ ଶୈଳୀ ପାଇଁ ଚର୍ଚ୍ଚାରେ ରହିଥିବା ଅଭିନେତ୍ରୀ ନୋରା ଫତେହିଙ୍କୁ ନେଇ ଏକ ନୂଆ ଖବର ପ୍ରକାଶ ପାଇଛି। ନୋରାଙ୍କ ହାତରେ ଏବେ ଏକ ବଡ଼ ପ୍ରୋଜକ୍ଟ ରହିଛି | ନୋରା ଏହି ପ୍ରୋଜେକ୍ଟ ହାତକୁ ନେଇ ଟେଲିଭିଜନରୁ ବଲିଉଡ୍‌ରେ ପାଦ ଦେଇଥିବା ଅଭିନେତ୍ରୀ ମୌନି ରାୟଙ୍କୁ ପଛରେ ପକାଇ ଦେଇଛନ୍ତି ।

ନୋରା ‘କେଜିଏଫ୍-୨’ରେ ଏକ ଆଇଟମ୍ ଗୀତରେ ନଜର ଆସିବେ । ଏହି ଗୀତରେ ଚୋରା ଓ ୟଶ୍ ରୋମାନ୍ସ କରୁଥିବାର ନଜର ଆସିବେ। ଅବଶ୍ୟ ‘କେଜିଏଫ୍ ୨’ପକ୍ଷରୁ ଏସମ୍ପର୍କିତ କୌଣସି ବିଧିବଦ୍ଧ ଘୋଷଣା କରାଯାଇ ନାହିଁ । ନାରା ୧୯୭୫ର ସୁପରହିଟ୍ ଫିଲ୍ମ ‘ସୋଲେ’ର ଲୋକପ୍ରିୟ ଗୀତ ‘ମେହବୁବା’ର ନୂଆ ସଂସ୍କରଣରେ ‘କେଜିଏଫ୍-୨’ରେ ନାଚୁଥିବାର ଦେଖାଯିବେ ।

ଏହାପୂର୍ବରୁ ‘କେଜିଏଫ୍-୧’ରେ ମୌନି ରାୟ କରିଥିବା ଆଇଟମ୍ ଗୀତ ‘ଗଲି ଗଲି’ ଗୀତ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଥିଲା । ଜୁଲାଇ ୧୬ ତାରଖରେ କେଜିଏଫ୍-୨ ମୁକ୍ତିଲାଭ କରିବ ।

Leave A Reply

Your email address will not be published.