ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅର୍ଥନୀତିରେ ନୋବେଲ : ୨୦୨୧ ମସିହା ପାଇଁ ତିନିଜଣ ଅର୍ଥନୀତିଜ୍ଞଙ୍କୁ ମିଳିବ ପୁରସ୍କାର

ନୂଆଦିଲ୍ଲୀ: ଅର୍ଥନୀତିରେ ଆଉ ତିନି ଜଣଙ୍କୁ ମିଳିବ ନୋବେଲ ପୁରସ୍କାର । ଡେଭିଡ କାର୍ଡ, ଜୋସୁଆ ଆଙ୍ଗ୍ରିଷ୍ଟ ଓ ଗୁଇଡୋ ଇମ୍ବେନ୍ସଙ୍କୁ ମିଳିବ ନୋବେଲ ପୁରସ୍କାର । ଶ୍ରମ ଅର୍ଥନୀତି ଲାଗି ଉଲ୍ଲେଖନୀୟ ଅବଦାନ ସକାଶେ ସେମାନଙ୍କୁ ମିଳିବ ପୁରସ୍କାର । କାନାଡାରେ ଅର୍ଥନୀତିଜ୍ଞ ଡେଭିଡ କାର୍ଡ, ଆମେରିକାର ଅର୍ଥନୀତିଜ୍ଞ ଜୋସୁଆ ଆଙ୍ଗ୍ରିଷ୍ଟ ଓ ଗୁଇଡୋ ଇମ୍ବେନ୍ସଙ୍କୁ ମିଳିବ ନୋବେଲ ପୁରସ୍କାର । ଏନେଇ ରୟାଲ ସୁଇଡିସ ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଛି ।


ଅର୍ଥନୈତିକ ବିଜ୍ଞାନରେ ନୋବେଲ ପୁରସ୍କାର ରୟାଲ ସ୍ୱିଡେନ ଏକାଡେମୀ ଅଫ ସାଇନ୍ସ ଷ୍ଟକହୋମ ଦ୍ୱାରା ପ୍ରଦାନ କରାଯାଉଛି। ନୋବେଲ ଫାଉଣ୍ଡେସନକୁ ୧୯୬୮ ମସିହାରେ ବ୍ୟାଙ୍କର ୩୦୦ତମ ବାର୍ଷିକୀରେ ସେଭେରିଜ୍ ରିକ୍ସବ୍ୟାଙ୍କରୁ ଏକ ଦାନ ଗ୍ରହଣ କରିଥିଲା । ଏହି ପୁରସ୍କାର ସେହି ଦାନ ଉପରେ ଆଧାରିତ।

Leave A Reply

Your email address will not be published.