ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରସାୟନ ବିଜ୍ଞାନରେ ବେଞ୍ଜାମିନ ଲିଷ୍ଟ ଓ ଡେଭିଡ୍ ମ୍ୟାକମିଲାନଙ୍କୁ ନୋବେଲ ପୁରସ୍କାର

ଷ୍ଟକହୋମ୍ : ରସାୟନ ବିଜ୍ଞାନ ପାଇଁ ଘୋଷଣା ହେଲା ମର୍ୟ୍ୟାଦାଜନକ ନୋବେଲ ପୁରସ୍କାର । ବେଞ୍ଜାମିନ ଲିଷ୍ଟ ଓ ଡେଭିଡ୍ ମାକମିଲାନଙ୍କୁ ଏହି ପୁରସ୍କାର ମିଳିବ ବୋଲି ଷ୍ଟକହୋମ ସ୍ଥିତ ନୋବେଲ କମିଟି ପକ୍ଷରୁ ଆଜି ଟୁଇଟ କରି ଘୋଷଣା କରାଯାଇଛି । ଆସିମେଟ୍ରିକ ଅର୍ଗାନୋକାଟାଲିସିସ କ୍ଷେତ୍ରରେ ଉଲ୍ଲେଖନୀୟ ଗବେଷଣା ପାଇଁ ସେମାନଙ୍କୁ ଏହି ପୁରସ୍କାର ଦିଆଯିବ ।


ବେଞ୍ଜାମିନ ଜର୍ମାନୀର ହୋଇଥିବାବେଳେ ମ୍ୟାକମିଲନ ସ୍କଟଲ୍ୟାଣ୍ଡ୍‌ର ବୈଜ୍ଞାନିକ । ଉଭୟ ବୈଜ୍ଞାନିକ ଆସିମେଟ୍ରିକ ଅର୍ଗାନୋକାଟାଲିସିସ ପଦ୍ଧତିର ଉଦ୍ଭାବନ କରିଥିଲେ । ଏହା ଅଣୁଗଠନର ଏକ ନୂଆ ବୈଜ୍ଞାନିକ ଉପାୟ । ଆସିମେଟ୍ରିକ ଅର୍ଗାନୋକାଟାଲିସିସ ପଦ୍ଧତିର ଉଦ୍ଭାବନ ପାଇଁ ବେଞ୍ଜାମିନ ଲିଷ୍ଟ ଓ ଡେଭିଡ ମ୍ୟାକମିଲନଙ୍କୁ ଯୁଗ୍ମ ଭାବରେ ନୋବେଲ ପୁରସ୍କାର ମିଳିବ । ଲରେଟ୍ସ ବେଞ୍ଜାମିନ ଲିଷ୍ଟ ଓ ଡେଭିଡ ମ୍ୟାକମିଲନ ପରମାଣୁ ଗଠନ ଦିଗରେ ଏକ ନୂଆ ପଦ୍ଧତ୍ତି ଉଦ୍ଭାବନ କରିଛନ୍ତି, ଯାହାକୁ ଆସିମେଟ୍ରିକ ଅର୍ଗାନୋକାଟାଲିସିସ ବୋଲି ଜଣାଯାଏ ।

ଗତକାଲି ଭୌତିକ ବିଜ୍ଞାନ ବା ଫିଜିକ୍ସରେ ନୋବେଲ ପୁରସ୍କାର ଘୋଷଣା କରାଯାଇଥିଲା । ଜାପାନର ସ୍ବିକୁରୋ ମାନାବେ ଓ ଆମେରିକାର କ୍ଲାସ ହାସଲମ୍ୟାନ ଓ ଜର୍ଜିଓ ପାରିସିଙ୍କୁ ଏହି ପୁରସ୍କାର ଦିଆଯିବ । ଜଳବାୟୁର ଜଟିଳ ଭୌତିକ ପ୍ରକ୍ରିୟାର ଅଧ୍ୟୟନ ପାଇଁ ଉଭୟଙ୍କୁ ଯୁଗ୍ମଭାବେ ଏହି ପୁରସ୍କାର ଦିଆଯିବ।

Leave A Reply

Your email address will not be published.