ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସ୍ୱର୍ଗଦ୍ୱାର ଠାରୁ ଆରମ୍ଭ କରି ଶ୍ରୀମନ୍ଦିର ଚାରିପାଖ ସବୁଠି ବିକାଶ ହେଉଛି, ମୁଁ ବିଧାୟକ ଭାବେ ତାହା ଅନୁଭବ କରୁଛି : ଜୟନ୍ତ ଷଡ଼ଙ୍ଗୀ

ପୁରୀ : ଶ୍ରୀକ୍ଷେତ୍ରକୁ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ପାଇଁ  ରାଜ୍ୟ ସରକାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ କରୁଛନ୍ତି। ଏଥିପାଇଁ ୮୦୦ କୋଟିରୁ ଊର୍ଧ୍ବ ଟଙ୍କାର ବ୍ୟୟବରାଦ କରାଯାଇଛି। ଓଡ଼ିଶାର ଧାର୍ମିକ, ଆଧ୍ୟାତ୍ମିକ, ସାଂସ୍କୃତିକ ଓ ଉତ୍କୃଷ୍ଟ କଳାର ପରିଚୟ ଓ ସ୍ବାକ୍ଷର ବହନ କରୁଥିବା ବିଶ୍ବପ୍ରସିଦ୍ଧ ତୀର୍ଥକ୍ଷେତ୍ର ପୁରୀର ବିକାଶ ଏବଂ ଉତ୍କଳୀୟ ଶୈଳୀରେ ନିର୍ମିତ କାରୁକାର୍ଯ୍ୟଭରା ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଯେଉଁ ପ୍ରୟାସ ହେଉଛି, ତାହା ଅଗଣିତ ଭକ୍ତଙ୍କ ମନରେ ଆନନ୍ଦ ସୃଷ୍ଟି କରିଥିବାବେଳେ କତିପୟ ବ୍ୟକ୍ତି ଶ୍ରୀକ୍ଷେତ୍ରର ଆତ୍ମଘୋଷିତ ଅଭିଭାବକ ସାଜି ଏହାକୁ ବିରୋଧ କରିବା ଆରମ୍ଭ କରି ଦେଇଛନ୍ତି। ଏଭଳି ଏକ ମହତ କାର୍ଯ୍ୟରେ ବାଧା ପହଞ୍ଚାଇବା ସହ ବ୍ୟକ୍ତିଗତ ରାଜନୈତିକ ଏଜେଣ୍ଡା ରଖି ଫାଇଦା ହାସଲ କରିବାକୁ ଉଦ୍ୟମ କରୁଛନ୍ତି।

ଏହାରି ଭିତରେ ଖୋଦ୍‌ ପୁରୀର ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି।  ମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଯେଉଁ କାମ ଚାଲିଛି ତାହା ବହୁ ବର୍ଷ ଆଗକୁ ଲକ୍ଷ୍ୟ ରଖି କାମ କରାଯାଉଛି। ବାତ୍ୟା ଦ୍ୱାରା ଯେମିତି ପ୍ରଭାବିତ ନହେବ ସେମିତି କରାଯାଉଛି। ସ୍ୱର୍ଗଦ୍ୱାର ଠାରୁ ଆରମ୍ଭ କରି ଶ୍ରୀକ୍ଷେତ୍ର ଚାରିପାଖ ସବୁଠି ବିକାଶ ହେଉଛି, ମୁଁ ବିଧାୟକ ଭାବେ ତାହା ଅନୁଭବ କରୁଛି। ରାଜ୍ୟ ସରକାର ପୁରୀର ବିକାଶ ପାଇଁ କାମ କରୁଛନ୍ତି, ଏହାକୁ ନେଇ ଯିଏ ରାଜନୀତି କରିବା କଥା କରୁଥାଉ।

ପୁରୀ ବିଧାୟକ ଜୟନ୍ତୀ ଷଡ଼ଙ୍ଗୀଙ୍କ ତାଙ୍କ ପ୍ରତିକ୍ରିୟାରେ ଏଏସଆଇକୁ ଟାର୍ଗେଟ କରିଛନ୍ତି। ଏଏସଆଇ ବଦମାସ। ଏଏସଆଇ ଜାଣିକି ସବୁ କିଛି ହେଉଛି। ବିକାଶ କାମକୁ ଆମେ ବିରୋଧ କରୁନୁ। କେବଳ ଅସୁବିଧା ଅଛି ଏଏସଆଇର ଅନୁମତିକୁ ନେଇ। ମୁଁ ବିକାଶ ପାଇଁ କାମ କରୁଛି। ପୁରୀ ସହରର ବିକାଶ ଆମର କାମ ବୋଲି ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି।

Leave A Reply

Your email address will not be published.