ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଜେପି ନେତାଙ୍କ ଦାୟିତ୍ବହୀନ ମନ୍ତବ୍ୟ, କହିଲେ କରୋନା ଚାଲିଗଲାଣି, ମାସ୍କ ପିନ୍ଧିବା ଦରକାର ନାହିଁ

ନୂଆଦିଲ୍ଲୀ: ଦେଶରେ କାୟା ମେଲାଉଛି କରୋନାର ଦ୍ବତୀୟ ଲହରୀ। ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ବୃଦ୍ଧି ପାଉଥିବା ବେଳେ ପୁଣି ଥରେ ଭୟଙ୍କର ରୂପ ନେଉଛି ମହାମାରୀ। କରୋନାର ନୂଆ ଷ୍ଟ୍ରେନ ପୂର୍ବାପେକ୍ଷା ଅଧିକ କ୍ଷିପ୍ରବେଗରେ ବ୍ୟାପି ଚାଲିଛି। ଏପରି ସ୍ଥିତିରେ ନିର୍ବାଚନ ଚାଲିଥିବା ଆସାମରେ ବିଜେପି ନେତା ତଥା ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମାଙ୍କ କହିଛନ୍ତି କରୋନା ଚାଲିଗଲାଣି। ଆଉ ମାସ୍କ ପିନ୍ଧିବା ଆବଶ୍ୟକ ନାହିଁ। କାରଣ ରାଜ୍ୟରେ ଆଉ ସେ ମାରାତ୍ମକ ଭୂତାଣୁ ନାହିଁ। କରୋନା ଫେରିଲେ କହିବି। ଖୋଦ୍‌ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଏଭଳି ଦାୟିତ୍ବହୀନ ମନ୍ତବ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଦେଶରେ କରୋନର ଦ୍ୱିତୀୟ ଲହର ଜାରି ରହିଛି। ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ଏହାରି ଭିତରେ ଆସାମ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ହିମନ୍ତଙ୍କ ମନ୍ତବ୍ୟ ପାଇଁ ତାଙ୍କୁ ଚାରିଆଡୁ ସମାଲୋଚନାର ଶିକାର ହେବାକୁ ମଧ୍ୟ ପଡ଼ିଛି।

ସୂଚନାଯୋଗ୍ୟ ‘ଦି ଲାଲନ୍‌ଟପ୍‌’ ନାମକ ଏକ ଗଣମାଧ୍ୟମ ସଂସ୍ଥାକୁ ସାକ୍ଷାତ୍‌କାର ଦେଉଥିଲେ। ଏହି ସମୟରେ ସ୍ବାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ସର୍‌ମା କହିଥିଲେ, ଚିନ୍ତା କରନ୍ତୁ, ଯେତେବେଳେ କରୋନା ଆସାମ ଛାଡ଼ି ଚାଲିଗଲାଣି, ସେତେବେଳେ ଲୋକ ମାସ୍କ ପିନ୍ଧି ଭୟ ସୃଷ୍ଟି କରିବା ଦରକାର କି ? କେନ୍ଦ୍ର ସରକାର ଗାଇଡ୍‌ଲାଇନ ଜାରି କରିପାରେ। କିନ୍ତୁ ଆସାମରେ ଆଉ କରୋନା ନାହିଁ। ଆସାମକୁ ପୁଣି ଯେତେବେଳେ କରୋନା ଫେରିବ, ସେତେବେଳେ ସେ ଲୋକଙ୍କୁ ମାସ୍କ ପିନ୍ଧିବାକୁ କହିବେ ବୋଲି କହିଥିଲେ।

ଏହାପରେ ବିଜେପି ନେତା ତଥା ଆସାମ ସ୍ୱାସ୍ଥ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ତାଙ୍କ ଯୁକ୍ତିକୁ ସଠିକ ବୋଲି ବୁଝାଇବାକୁ ଯାଇ କହିଲେ, ରାଜ୍ୟ ଅର୍ଥନୀତିର ପୁନଃଉଦ୍ଧାର ଉପରେ ସରକାର ଧ୍ୟାନ ଦେଉଛନ୍ତି। ଲୋକେ ‘ମାସ୍କ୍‌’ ପିନ୍ଧିଲେ ବିୟୁଟି ପାର୍ଲର୍‌ କେମିତି ଚାଲିବ? ବିୟୁଟି ପାର୍ଲର୍‌ ଚାଲିବା ଆବଶ୍ୟକ। ତେଣୁ, ‘ମାସ୍କ୍‌’ ନ ପିନ୍ଧିବା ଗୋଟାଏ ଅସ୍ଥାୟୀ ଆଶ୍ୱସ୍ତି ବୋଲି ମୁଁ ଲୋକମାନଙ୍କୁ କହୁଛି। ଯେଉଁ ଦିନ କୋଭିଡ୍‌-୧୯ ସଂକ୍ରମଣଜନିତ ବିପଦ ଅନୁଭବ କରିବି, ପୁଣି ଲୋକମାନଙ୍କୁ ‘ମାସ୍କ୍‌’ ପିନ୍ଧିବାକୁ କହିବି। ସେତେବେଳେ ଏହି ଆଦେଶ ଉଲ୍ଲଂଘନ କଲେ ୫୦୦ ଟଙ୍କା ଜରିମାନା ପଡ଼ିବ ବୋଲି ମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା କହିଛନ୍ତି।

 

Leave A Reply

Your email address will not be published.