ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆସିଲା ‘ଏମ୍‌ପୁଲିସ ଆପ୍‘ : ପାସ୍‌ପୋର୍ଟ ପାଇଁ ଯିବାକୁ ପଡିବନି ପୁଲିସ ଷ୍ଟେସନ୍‌ ଘରେ ବସି କରିପାରିବେ ଭେରିଫିକେସନ୍‌

ଭୁବନେଶ୍ବର : ପାସ୍‌ପୋର୍ଟ ଭେରିଫିକେସନ୍‌ ପାଇଁ ଆଉ ଦଉଡିବାକୁ ପଡିବନି ପୁଲିସ୍‌ ଷ୍ଟେସନ। ଏବେ ଘରେ ବସି ଚୁଟ୍‌କିରେ ଆପଣଙ୍କ ପାସ୍‌ପୋର୍ଟର ଭେରିଫିକେସନ୍‌ କରିପାରିବେ ।  କାରଣ ପାସପୋର୍ଟକୁ ତୁରନ୍ତ ଯାଞ୍ଚ କରିବା ପାଇଁ ଓଡିଶା ପୁଲିସ ପକ୍ଷରୁ ଏମ୍‌ ପୋଲିସ୍‌ ମୋବାଇଲ୍‌ ଆପ୍ଲିକେସନ୍‌ ଆରମ୍ଭ ହୋଇଛି । ଏହି ଆପ୍‌ ସହାୟତାରେ ଥାନା ଗୁଡିକରେ ତୁରନ୍ତ ପାସପୋର୍ଟ ଯାଞ୍ଚ ବା ଭେରିଫିକେସନ୍‌ କରିହେବ । ସୋମବାର ଏହି ଆପ୍‌କୁ ଓଡ଼ିଶା ପୁଲିସ ପକ୍ଷରୁ ଲଞ୍ଚ କରାଯାଇଛି । ରାଜ୍ୟ ସରକାରଙ୍କ 5T ଯୋଜନାର ଏହା ଆଉ ଏକ ବଡ଼ ପଦକ୍ଷେପ । ଏବେ ପାସ୍‌ପୋର୍ଟ ଭେରିଫିକେସନ୍‌ ପାଇଁ ଆଉ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଏହି ଆପ୍‌ ଲୋକଙ୍କ ପାଇଁ ବେଶ ସହାୟକ ହେବ ।

ପାସ୍‌ପୋର୍ଟ ବ୍ୟବସ୍ଥାକୁ ସ୍ୱଚ୍ଛ ଏବଂ ସମୟ ଉପଯୋଗୀ କରିବା ନିମନ୍ତେ ଏହା ଏକ ମହତ୍‌ ପଦକ୍ଷେପ । ଏହି ଯୋଜନାରେ ରାଜ୍ୟର ୫୫୩ଟି ପୁଲିସ୍‌ ଷ୍ଟେସନ୍‌କୁ ଟାବ୍‌ଲେଟ୍‌ ପ୍ରଦାନ କରାଯିବ । ପ୍ରଥମ ପର୍ଯ୍ୟାୟରେ ଆଜି ୧୦୦ଟି ପୁଲିସ୍‌ ଷ୍ଟେସନ୍‌କୁ ଟାବ୍‌ଲେଟ୍‌ ପ୍ରଦାନ କରାଯାଇଥିବାବେଳେ ମାର୍ଚ୍ଚ ୨୫ ସୁଦ୍ଧା ଅନ୍ୟ ଥାନାଗୁଡି଼କୁ ଟାବ୍‌ଲେଟ୍‌ ପ୍ରଦାନ କରାଯିବ ।

ପୂର୍ବରୁ ପାସ୍‌ପୋର୍ଟ ପାଇଁ ଆବେଦନ କରିବା ପରେ ଭେରିଫିକେସନ୍‌ ପାଇଁ ଡାକ ଯୋଗେ ଜିଲ୍ଲା ପୁଲିସ୍‌ ମୁଖ୍ୟ କାର୍ଯ୍ୟାଳୟ, ଏସ୍‌ପି/ଡିସିପଙ୍କ କାର୍ଯ୍ୟାଳୟରେ ଥିବା ପାସ୍‌ପୋର୍ଟ ସେକ୍ସନ୍‌କୁ ଆସୁଥିଲା । ସେଠାରୁ ସମ୍ପୃକ୍ତ ଥାନାକୁ ଯାଉଥିଲା । ସମ୍ପୃକ୍ତ ଥାନା କର୍ମଚାରୀ ଭେରିଫିକେସନ୍‌ କରିବା ପରେ ପାସ୍‌ପୋର୍ଟ ସେକ୍ସନ୍‌କୁ ପଠାଉଥିଲେ । ସେଠାରେ ଯାଇ ଉକ୍ତ ବ୍ୟକ୍ତି ପହଞ୍ଚିବା ପରେ ପୁଲିସର ବିଶ୍ୱାସ ହେଉଥିଲା । ଆଉ ତାପରେ ଫାଇଲ୍‌ ଆଗକୁ ଯାଉଥିଲା । ଏହି ସମସ୍ତ ପ୍ରକ୍ରିୟା ପାଇଁ ୧୫ ଦିନରୁ ବି ଅଧିକ ସମୟ ଲାଗୁଥିବା ଦେଖାଯାଉଛି । ତେବେ ଏଣିକି ଏହି ସବୁ ପ୍ରକ୍ରିୟା ଶେଷ କରିବା ପାଇଁ ଆଉ ସମୟ ଲାଗିବ ନାହିଁ । ଏହି ଆପ୍‌ ଦ୍ୱାରା ତୁରନ୍ତ ଭେରିଫିକେସନ୍‌ ହୋଇପାରିବ ।

ଏହି “ଏମ୍‌- ପୋଲିସ୍‌” ମୋବାଇଲ୍‌ ଆପ୍ଲିକେସନ୍‌ ବ୍ୟବସ୍ଥା ପରେ ସାଧାରଣ ଲୋକଙ୍କ କୌଣସି ଅଭିଯୋଗ ରହିବ ନାହିଁ । ଅନ୍‌ଲାଇନ୍‌ରେ ଆବେଦନକାରୀଙ୍କ ବିବରଣୀ ପୁଲିସ୍‌ ଅଧିକାରୀଙ୍କ ପାଖରେ ପହଁଚିବା ପରେ ଟାବ୍‌ଲେଟ୍‌ ଜରିଆରେ ସମ୍ପୃକ୍ତ ଅଧିକାରୀ ଭେରିଫିକେସନ୍‌ ରିପୋର୍ଟ ପ୍ରଦାନ କରିବେ । ଏହି ବ୍ୟବସ୍ଥା ଫଳରେ ଅଳ୍ପ ସମୟ ମଧ୍ୟରେ ସାଧାରଣ ଲୋକମାନେ ପାସ୍‌ପୋର୍ଟ ପାଇବାରେ ସକ୍ଷମ ହୋଇପାରିବେ ।

Leave A Reply

Your email address will not be published.