ଦରକାର ନାହିଁ ଚଷମା, ଦୃଷ୍ଟିଶକ୍ତି ସମସ୍ୟା ଦୂର କରିବ ଆଇଡ୍ରପ୍‌

ଯେଉଁମାନଙ୍କର ଦୃଷ୍ଟିଶକ୍ତି ଦୁର୍ବଳ ଥାଏ ସେମାନେ ଚଷମା ବ୍ୟବହାର କରିଥାନ୍ତି। କିନ୍ତୁ ସବୁେବଳେ ଚଷମା ପିନ୍ଧିବା ଦ୍ବାରା ଆଖି ଓ ନାକ ପାଖରେ ଦାଗ ରହିଯିବା ସହିତ ଅନେକ ଛୋଟମୋଟ ସମସ୍ୟା ହୋଇଥାଏ। ଚଷମାର ବିକଳ୍ପ ଭାେବ କନ୍‌ଟାକ୍ଟ୍‌ ଲେନ୍ସର ବ୍ୟବହାର କରାଯାଉଥିଲା। କିନ୍ତୁ ଏବେ କେବଳ ଏକ ଆଇଡ୍ରପ୍‌ ଦ୍ବାରା ଦୃଷ୍ଟିଶକ୍ତିରେ ସୁଧାର ଆସିପାରିବ। ସ୍ବାସ୍ଥ୍ୟ ବିଜ୍ଞାନୀଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିବା ଏହି ଆଇ ଡ୍ରପ୍ ଦୃଷ୍ଟିଶକ୍ତି ସମସ୍ୟା କ୍ଷେତ୍ରରେ ନିଶ୍ଚିତ ଭାବେ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଏହାର ନାମ ‘ଭୁଇଟି’ ରଖାଯାଇଛି।

୭୫୦ ଜଣ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହାର ସଫଳ ପରୀକ୍ଷଣ କରାଯାଇଛି। ଆମେରିକାର ‘ଡ୍ରଗ୍‌ ରେଗୁଲେଟର୍‌ ଏଫ୍‌ଡିଏ’ ପକ୍ଷରୁ ଏହାକୁ ଲୋକମାନଙ୍କ ବ୍ୟବହାର ପାଇଁ ସ୍ବୀକୃତି ମିଳିଛି। ଆୟରଲ୍ୟାଣ୍ଡ୍‌ର ଏକ ଫାର୍ମା କମ୍ପାନୀ ଏହି ଆଇ ଡ୍ରପ୍‌କୁ ପ୍ରସ୍ତୁତ କରିଛନ୍ତି। ବୟସାଧିକ୍ୟ ଜନିତ ଦୃଷ୍ଟି ସମସ୍ୟା ଦୂର କରିବା କ୍ଷେତ୍ରରେ ଏହା ଅଧିକ ଲାଭପ୍ରଦ ବୋଲି ସୂଚନା ମିଳିଛି। ମାତ୍ର ୧୫ ମିନିଟ୍‌ ଭିତରେ ଏହି ଆଇଡ୍ରପ୍‌ କାମ କରେ ଏବଂ ଏହାର ପ୍ରଭାବ ୮ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ। ଏହି ଆଇଡ୍ରପ୍‌ ଦ୍ବାରା ଆଖିର ରେଟିନାର ଆକାର ଛୋଟ ହୋଇଯାଏ, ଯାହାଦ୍ବାରା କୌଣସି ବସ୍ତୁ ସ୍ପଷ୍ଟ ଦେଖାଯାଇପାରିବ। ଏହି ଆଇଡ୍ରପ୍‌ର ଦାମ୍‌ ୬୦୦୦ ଟଙ୍କା ଗୋଟିଏ ମାସ ପାଇଁ ୬୦୦୦ ଟଙ୍କା ଖର୍ଚ୍ଚ କରିବାକୁ ହେବ। ଆଉ କିଛି ପରୀକ୍ଷଣ ପରେ ଏହା ବଜାରରେ ଉପଲବ୍ଧ ହେବ ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି।

Leave a comment