ଚିକିତ୍ସା ଅଭାବରୁ ୨୦୨୦ରେ ପ୍ରାଣ ହରାଇଥିଲେ ୪୫%ଲୋକ

ନୂଆଦିଲ୍ଲୀ: ଭାରତରେ ୨୦୨୦ରେ ୮୧.୧୬ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏମାନଙ୍କ ମଧ୍ୟରୁ ୪୫ ପ୍ରତିଶତ ଲୋକ ଚିକିତ୍ସା ଅଭାବରୁ ପ୍ରାଣ ହରାଇଥିଲେ। ଏହା ଚିକିତ୍ସା ଅଭାବରୁ ହୋଇଥିବା ସର୍ବାଧିକ ମୃତ୍ୟୁ। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ମଙ୍ଗଳବାର ଜାରି ହୋଇଥିବା ସିଭିଲ ରେଜିଷ୍ଟ୍ରେସନ ସିଷ୍ଟମ (ସିଆରଏସ) ରିପୋର୍ଟରୁ ଏହା ଜଣାପଡିଛି। ୨୦୧୯ରେ ଚିକିତ୍ସା ଅଭାବରୁ ୩୪.୫ ପ୍ରତିଶତ ଲୋକ ପ୍ରାଣ ହରାଇଥିଲେ।
ସୂଚନାଯୋଗ୍ୟ ଯେ ୨୦୨୦ ପ୍ରାରମ୍ଭରେ କରୋନା ଯୋଗୁଁ ହସ୍ପିଟାଲ ଗୁଡିକର ୮୦ରୁ ୧୦୦ ପ୍ରତିଶତ ବେଡ୍ ସଂରକ୍ଷିତ ରହିଥିଲା। ଏଥିଯୋଗୁଁ ଅଣ କରୋନା ରୋଗୀଙ୍କୁ ଚିକିତ୍ସା ସୁବିଧା ମିଳିପାରି ନଥିଲା। ତେବେ ଏହି ସମୟରେ ହସ୍ପିଟାଲରେ ହେଉଥିବା ମୃତ୍ୟୁସଂଖ୍ୟା ହ୍ରାସ ପାଇଥିଲା। ଏହି ମୃତ୍ୟୁ ହାର ୩୨.୧ ପ୍ରତିଶତରୁ ୨୮ ପ୍ରତିଶତକୁ ହ୍ରାସ ପାଇଥିଲା।